ଓଡିଶା

odisha

ETV Bharat / bharat

ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା - ପ୍ରାଣ ପ୍ରତିଷ୍ଠା ଉତ୍ସବ

Pran Pratishtha Ceremony: ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ରାମ ନାମରେ କମ୍ପୁଛି ଅଯୋଧ୍ୟା । ଆଜି ମନ୍ଦିରରେ ବିରାଜମାନ କରିବେ ରାମଲାଲା । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ
Pran Pratishtha Ceremony

By ETV Bharat Odisha Team

Published : Jan 22, 2024, 7:19 AM IST

Updated : Jan 22, 2024, 8:28 AM IST

ଅଯୋଧ୍ୟା: ଆଜି ସେହି ସ୍ବର୍ଣ୍ଣିମ ଦିନ । ଦୀର୍ଘ 500 ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଭବ୍ୟ ଦିବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତକୁ ଅପଲକ ନୟନରେ ଚାହିଁ ରହିଛନ୍ତି କୋଟି କୋଟି ଭାରତୀୟ । ଆଜି ଅଯୋଧ୍ୟା(ସୋମବାର)ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମନ୍ଦିରରେ ବିରାଜମାନ କରିବେ ରାମଲାଲା । ପୂରଣ ହେବାକୁ ଯାଉଛି କୋଟି କୋଟି ରାମ ଭକ୍ତଙ୍କ ସ୍ବପ୍ନ । ପ୍ରଭୁ ରାମଚନ୍ଦ୍ର ନିଜ ଜନ୍ମଭୂମିରେ ବାସ କରିବେ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଖାଲି ଦେଶ ନୁହଁ ବରଂ ବିଦେଶରେ ମଧ୍ୟ ଉତ୍ସାହର ମାହୋଲ । ସମସ୍ତେ ସେହି ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ଏହି ମହାନ ସମାରୋହ ପାଇଁ ରାମ ମନ୍ଦିରକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ସଜ୍ଜା ଯାଇଛି । ବଦଳିଯାଇଛି ରାମ ଜନ୍ମଭୂମିର ରୂପରେଖ । ଲାଗୁଛି ଯେମିତି ନବବଧୂର ବେଶ ଧାରଣ କରିଛି ଅଯୋଧ୍ୟା ନଗରୀ ।

ସକାଳ 10ଟାରୁ କାର୍ଯ୍ୟକ୍ରମ ଆରମ୍ଭ: ମନ୍ଦିରରେ ସକାଳ 10ଟା ସମୟରେ ମଙ୍ଗଳଧ୍ବନୀ ବାଦନ ବାଜିବ । ବିଭିନ୍ନ ରାଜ୍ୟର 50ରୁ ଅଧିକ ବାଦ୍ୟଯନ୍ତ୍ରରେ କମ୍ପିବ ରାମ ମନ୍ଦିର । ଏହା 2 ଘଣ୍ଟା ଧରି ଚାଲିବ । ପରେ ନିମନ୍ତ୍ରୀତ ଅତିଥି ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଏହି ଉତ୍ସବରେ ସାମିଲ ହେବାକୁ ରାଜନେତାଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, ଖେଳାଳି ଓ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ କରାଯାଇଛି ।

84 ସେକେଣ୍ଡ ଶୁଭ ମୁହୂର୍ତ୍ତ:ଆଜି ଅପରାହ୍ନ 12ଟା 20ରୁ ଦିନ1ଟା ପର୍ଯ୍ୟନ୍ତ ହେବ ପ୍ରାଣ ପ୍ରତିଷ୍ଠା । ଏଥି ପାଇଁ ମାତ୍ର 84 ସେକେଣ୍ଡ ଶୁଭ ମୁହୂର୍ତ୍ତ ମଧ୍ୟରେ ପ୍ରଭୁ ରାମଚନ୍ଦ୍ର ବିରାଜମାନ କରିବେ । 12ଟା 29 ମନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା । 40 ମିନିଟ ଧରି ଚାଲିବ ପୂଜାର୍ଚ୍ଚନା ।

ଏହା ମଧ୍ୟ ପଢନ୍ତୁ-ପ୍ରାଣ ପ୍ରତିଷ୍ଠା ଉତ୍ସବ: ସକାଳୁ ହୋମଯଜ୍ଞ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ...

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠା: ସକାଳ 10ଟା 45 ମିନିଟ ସମୟରେ ଅଯୋଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ସକାଳ 10.55ରେ ଶ୍ରୀ ରାମ ଜନ୍ମଭୂମିରେ ପହଞ୍ଚିବେ । ମଧ୍ୟାହ୍ନ12.05 ରୁ 12.55 ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାପରେ ପୂଜା ସ୍ଥାନରୁ ବିଦାୟ ନେଇ ଅପରାହ୍ନ 1 ଟା ସମୟରେ ସର୍ବସାଧାରଣ କାର୍ଯ୍ୟ ସ୍ଥଳରେ ପହଞ୍ଚିବେ । ସେଠାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରହିବେ । ଏହା ପରେ 2.15ରେ କୁବେର ଟିଲା ପରିଦର୍ଶନ କରିବାକୁ ଯିବେ ।

ମଙ୍ଗଳବାର ଠାରୁ ଚାଲିଆସୁଥିବା ରୀତିନୀତି: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଧାର୍ମିକ ନୀତି ରୀତିନୀତି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିଲା । ଯାହା ରବିବାର ଶେଷ ହୋଇଥିଲା । 125 କଳସ ଜଳରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ନାନ କରାଯାଇଥିଲା । ପରେ ଗୀତ ଶୁଣାଇ ତାଙ୍କୁ ଶୁଆଇ ଦିଆଯାଇଥିଲା । ଆଜି କରତାଳି ଓ ଗୀତ ଗାନ କରାଯାଇ ରାମଲାଲାଙ୍କୁ ଉଠାଯାଇଛି । ପରେ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାଣ ପ୍ରତିଷ୍ଠା କରାଯିବ ।

ଦେଶର ବିଭିନ୍ନ ଧାର୍ମିକ ସ୍ଥଳରେ ପୂଜାପାଠ: ପ୍ରାଣ ପ୍ରତିଷ୍ଠା ଅବସରରେ ଆଜି ଦେଶରେ ସମସ୍ତ ଧାର୍ମିକସ୍ଥଳ ଗୁଡିକରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସବୁ ମନ୍ଦିର ଗୁଡିକୁ ସାଜସଜ୍ଜା କରାଯିବା ସହ ବିଶେଷ ପୂଜାର୍ଚ୍ଚନା କରାଯିବ । ଭାରତ ସେମତ ଅମେରିକା, ଥାଇଲାଣ୍ଡ, ନେପାଳ, ଶ୍ରୀଲଙ୍କୀ ପରି ଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

Last Updated : Jan 22, 2024, 8:28 AM IST

ABOUT THE AUTHOR

...view details