ଚଣ୍ଡିଗଡ଼: ଅଟୋ ଡ୍ରାଇଭରର ନୃଶଂସ କାଣ୍ଡ । ମଦ୍ୟପାନ କରି ସାଜିଲା ସଇତାନ । ଯୁବତୀଙ୍କୁ ହତ୍ୟା କରି ମୃତଦେହକୁ ଦୁଇ ଦୁଇଥର କଲା ଦୁଷ୍କର୍ମ । ଏଭିଳି ଘଟଣା ଘଟିଛି ପଞ୍ଜାବର ଲାମ୍ବ୍ରା ଥାନା ଅଞ୍ଚଳରେ । ତେବେ ଘଟଣାଟି ଡିସେମ୍ବର 26 ତାରିଖରେ ଘଟିଥିବା ବେଳେ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗତକାଲି ପୋଲିସ ଗିରଫ କରିଛି । ସେପଟେ ପଚରାଉଚରା ବେଳେ ନିଜ ଦୋଷ ସ୍ବୀକାର କରିବା ସହ ଘଟଣା ସମ୍ପର୍କରେ ପୋଲିସ ଆଗରେ ବଖାଣିଛି ଅଭିଯୁକ୍ତ ଅଟୋ ଡ୍ରାଇଭର।
ସୂଚନା ଅନୁସାରେ, ଗତ ଜଡିସେମ୍ବର 26ରେ ପଞ୍ଜାବର ଜଲନ୍ଦର ଲାମ୍ବ୍ରା ପୋଲିସ ଷ୍ଟେସନ ଅଞ୍ଚଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ପ୍ରଘଟ ହେବା ପରେ ଉକ୍ତ ସ୍ଥାନରେ ପହଞ୍ଚିଥିଲା ଲାମ୍ବ୍ରା ଥାନା ପୋଲିସ । ପୋଲିସର ତଦନ୍ତ ବେଳେ ଯୁବତୀ ଜଣକ ନର୍ସ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ ଗୁରୁଦାସପୁର ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା । ତେବେ ଯୁବତୀଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ପୋଲିସ । ସେପଟେ ସିସିଟିଭି ଫୁଟେଜ ସାହାଯ୍ୟରେ ଅଭିଯୁକ୍ତକୁ ଧରିବା ପାଇଁ ସନ୍ଧାନ ଚଲାଇଥିଲା ପୋଲିସ । ସିସିଟିଭି ଆଧାରରେ ମଡେଲ ହାଉସର ବାସିନ୍ଦା ଅଭିଯୁକ୍ତ ଅଟୋ ଡ୍ରାଇଭର ପ୍ରିନ୍ସଙ୍କୁ ଗତକାଲି ଗିରଫ କରିଥିଲା ପୋଲିସ । ତେବେ ପୋଲିସର ପଚରାଉଚରା ବେଳେ ପ୍ରିନ୍ସ ନିଜ ଦୋଷ ସ୍ବିକାର କରିବା ସହ ପୋଲିସ ଆଗରେ ଘଟଣା ସମ୍ପର୍କରେ କହିଛି ।
ତେବେ ଏନେଇ ଡିସିପି ସୁରିନ୍ଦ୍ରପାଲ ସିଂ ଧୋଗାଡି କହିଛନ୍ତି ଯେ, ଡିସେମ୍ବର 25 ତାରିଖରେ ଯୁବତୀ ଜଣକ ଖମ୍ବଡ଼ା ଚର୍ଚ୍ଚକୁ ଆସିଥିଲେ । ସନ୍ଧ୍ୟା ସମୟରେ ଘରକୁ ଫେରିବା ପାଇଁ ଚର୍ଚ୍ଚ ଆଗରୁ ଏକ ଅଟୋରେ ବସିଥିଲେ । ଏହି ସମୟରେ ଅଟୋ ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ନିଶାରେ ଥିଲେ । ଯୁବତୀଙ୍କୁ ଲାମ୍ବାର ତାରଡ ଗାଁର କେନାଲ କୂଳକୁ ନେଇଯାଇ ସେଠାରେ ଯୁବତୀଙ୍କ ସହ ଅସଦାଚରଣ କରିଥିଲା । ଏହି ସମୟରେ ଯୁବତୀ ଜଣକ ପ୍ରିନ୍ସକୁ ଧକ୍କା ହେଇ ପଳାଇଥିଲେ । ପରେ ପ୍ରିନ୍ସ ଯୁବତୀଙ୍କୁ ପିଛା କରି ତାଙ୍କୁ ଧରି ନେଇଥିଲା । ନିଶାରେ ଥିବା ପ୍ରିନ୍ସ କ୍ରୋଧର ବଶବର୍ତ୍ତୀ ହୋଇ ଯୁବତୀଙ୍କ ଗଳା ଚିପି ହତ୍ୟା କରିଥିଲା ।