ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ଜାମିନ ଖାରଜ । ଆଜି (ବୁଧବାର) ରାଉଜ ଆଭେନ୍ୟୁ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି । ଏହାସହ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ୧୯ ଜୁନ ଯାଏଁ ବୃଦ୍ଧି କରାଯାଇଛି । ଯାହାର ଶୁଣାଣି କରିଛନ୍ତି ସ୍ପେଶାଲ ଜଜ୍ କାବେରୀ ବାବେଜା । ଇଡି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହା ସୁଗାର କମ୍ କରିବା ପାଇଁ ସହାୟକ ହୋଇଥାଏ । କେଜ୍ରିୱାଲ ଜେଲରୁ ବାହାରିବା ପରେ ଅନେକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । କେଜ୍ରିୱାଲ କିନ୍ତୁ ମେ ୨୦ରେ କିଟୋନ ବଢିବା ନେଇ ଡାକ୍ତରଙ୍କୁ କହିନଥିଲେ । ବରଂ ୨୪ ମେ ରେ ସେ ଏହି ଅଭିଯୋଗ ଆଣିଥିଲେ । ଯାହାଦ୍ବାରା ତାଙ୍କୁ ଅନ୍ତରୀଣ ଜାମିନ ମିଳିପାରିବ ।
୧ ସପ୍ତାହ ପାଇଁ ଜାମିନ କାହିଁକି ଆବଶ୍ୟକ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ କୋର୍ଟ କେଜ୍ରିୱାଲଙ୍କ ଓକିଲ ଏନ ହରିହରନଙ୍କୁ ପଚାରିଥିଲେ । ଯାହାର ଉତ୍ତର ରଖି ହରିହରନ କହିଥିଲେ, "ଏହି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କେଇ ଘଣ୍ଟା ଲାଗିପାରେ । କାରଣ ହୋଲଟର ଟେଷ୍ଟ ସମୟ ସାପେକ୍ଷ । ଏଥିପାଇଁ ଆବଶ୍ୟକୀୟ ସମସ୍ତ ପଦ୍ଧତି ପୂରଣ ପରେ ଟେଷ୍ଟ କରାଯାଏ ।"