ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହେବ ସଶସ୍ତ୍ର ବଳ(ସ୍ୱତନ୍ତ୍ର ଅଧିକାର) ଆଇନ ଅର୍ଥାତ AFSPA ! ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବେ ରାଜ୍ୟ ପୋଲିସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ କହିଛନ୍ତି, "କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସଶସ୍ତ୍ର ବଳ (ସ୍ୱତନ୍ତ୍ର ଅଧିକାର) ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ବିଚାର କରିବ । ଜମ୍ମୁ କାଶ୍ମୀରରେ ସୈନିକମାନଙ୍କ ପ୍ରତ୍ୟାହାର କରାଯିବା ସହ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି କେବଳ ଜମ୍ମୁ କାଶ୍ମୀର ପୋଲିସ ଉପରେ ଛଡାଯିବ । ଏନେଇ ଆମେ 7 ବର୍ଷ ଧରି ଏକ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରୁଛୁ ।"
ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ, ଖୁବଶୀଘ୍ର ଜମ୍ମୁ-କାଶ୍ମୀର ପୋଲିସ ସେଠାକାର ଶାନ୍ତି ଶୃଙ୍ଖଳା ରକ୍ଷା କରିବେ । ଟ୍ରୁପମାନଙ୍କୁ ଫେରସ୍ତ ନିଆଯିବ । ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଉପରେ ଭରସା କରାଯାଉନଥିଲା । କିନ୍ତୁ ବର୍ତ୍ତମାନ ସେମାନେ ଅଭିଯାନଗୁଡିକର ନେତୃତ୍ୱ ନେଉଛନ୍ତି । ଏନେଇ ଆମେ 7 ବର୍ଷ ଧରି ଏକ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରୁଛୁ । ଜମ୍ମୁ- କାଶ୍ମୀର ପୋଲିସର କାର୍ଯ୍ୟ ଦକ୍ଷତା ବଢାଇବା ଉପରେ କାର୍ଯ୍ୟ କରାଯାଉଛି । ଅଧିକାଂଶ ହିଂସାତ୍ମକ କାର୍ଯ୍ୟକଳାପ ଏବେ ରାଜ୍ୟ ପୋଲିସ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ଏବଂ କେନ୍ଦ୍ରୀୟ ବଳ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ।
ଅଫସ୍ପାକୁ ନେଇ ବହୁ ବିବାଦ ଦେଖାଯାଉଥିବା ବେଳେ ଏହାକୁ ନେଇ ଗୃହମନ୍ତ୍ରୀ କହିଛନ୍ତି ଯେ, " ଆମେ ଅଫସ୍ପାକୁ ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟ ବିଚାର କରିବୁ । ଅଫସ୍ପା, ଅଶାନ୍ତ ଅଞ୍ଚଳରେ ସକ୍ରିୟ ସଶସ୍ତ୍ର ବଳର କର୍ମୀମାନଙ୍କୁ ଆବଶ୍ୟକ ହେଲେ ଯାଞ୍ଚ କରିବା, ଗିରଫ କରିବା, ଗୁଳି ଚଳାଇବା ଭଳି କ୍ଷମତା ପ୍ରଦାନ କରିଥାଏ । ପୂର୍ବରୁ ଶାହା କହିଥିଲେ ଯେ, ପୂର୍ବୋତ୍ତର ରାଜ୍ୟଗୁଡିକର 70 ପ୍ରତିଶତ ଅଞ୍ଚଳରୁ ଅଫସ୍ପା ପ୍ରତ୍ୟାହାର କରିନିଆଯାଇଛି । କିନ୍ତୁ ଏହା ଏବେ ମଧ୍ୟ ଜମ୍ମୁ କାଶ୍ମୀରରେ ଲାଗୁ ଅଛି । ଜମ୍ମୁ କାଶ୍ମୀର ଓ ପୂର୍ବୋତ୍ତର ରାଜ୍ୟ ଗୁଡିକରୁ ଅଫସ୍ପା ହଟାଇବାକୁ ବିଭିନ୍ନ ସଂଗଠନ ଦ୍ୱାରା ଦାବି କରାଯାଇଛି ।