ଓଡିଶା

odisha

ETV Bharat / bharat

1993 ସିରିଜ ବୋମା ବିସ୍ଫୋରଣ ଘଟଣା, ସୟଦ ଅବଦୁଲ ନିର୍ଦ୍ଦୋଶରେ ଖଲାସ

1993 Serial Bomb Blast Case: 1993 ସିରିଜ ବୋମା ବିସ୍ଫୋରଣ ମାମଲାରେ ସୟଦ ଅବଦୁଲ ନିର୍ଦ୍ଦୋଶରେ ଖଲାସ । ଅଧିକ ପଢନ୍ତୁ

1993 Serial Bomb Blast Case
1993 Serial Bomb Blast Case

By ETV Bharat Odisha Team

Published : Feb 29, 2024, 3:08 PM IST

ମୁମ୍ବାଇ:1993 ମୁମ୍ବାଇ ବିସ୍ଫୋରଣ ମାମଲା । ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମ ନିର୍ଦ୍ଦୋଶରେ ଖଲାସ । ଅଜମେରର TADA କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ସହିତ ଦୁଇ ଅଭିଯୁକ୍ତ ଇରଫାନ ଏବଂ ହମିଦୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ତୁଣ୍ଡା (ସୟଦ) ବର୍ତ୍ତମାନ ଅଜମେର ଜେଲରେ ବନ୍ଦୀ ରହିଥିବା ସୂଚନା ରହିଛି ।

ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗିବା ପରେ କୋଟା, ଲକ୍ଷ୍ନୌ, କାନପୁର, ହାଇଦ୍ରାବାଦ, ସୁରଟ ଏବଂ ମୁମ୍ବାଇର ଏକ ଟ୍ରନରେ କ୍ରମାନ୍ବୟରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ତୁଣ୍ଡା ମୁଖ୍ୟ ଅଭିଯୁକ୍ତ ହୋଇଥିଲା । 1993 ମୁମ୍ବାଇ ବିସ୍ଫୋରଣ ହୋଇଥିଲା । ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ସୟଦଙ୍କୁ ସମର୍ଥନ କରୁଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 1993 Mumbai Blast Case: ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ ଗିରଫ

2013ରେ ହୋଇଥିଲା ଗିରଫ: ସିବିଆଇ ତୁଣ୍ଡାକୁ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରିଥିଲା । ସୟଦ ଅବଦୁଲ କରିମକୁ 2013 ମସିହାରେ ନେପାଳରୁ ଗିରଫ କରାଯାଇଥିଲା । ଦେଶର ଅଧିକାଂଶ ସ୍ଥାନରେ ତୁଣ୍ଡା ବିରୋଧରେ ଆତଙ୍କବାଦ ମାମଲା ବିଚାରଧୀନ ରହିଛି । ଭାରତରେ ଆତଙ୍କାବାଦୀ କାର୍ଯ୍ୟକଳାପ ପାଇଁ ତୁଣ୍ଡା ଯୁବକମାନଙ୍କୁ ତାମିଲ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ବର୍ତ୍ତମାନ ସାକ୍ଷ୍ୟ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: 1993 Mumbai Blast: ମୋଷ୍ଟ ଓ୍ବାଣ୍ଟେଡ ସଲିମ ଗାଜି କରାଚୀରେ ମୃତ

ତୁଣ୍ଡା କିଏ: ମୁମ୍ବାଇର ସିରିଜ ବୋମା ବିସ୍ଫୋରଣ ପୂର୍ବରୁ ତୁଣ୍ଡା ଜାଲିସ ଅଂଶାରୀଙ୍କ ସହିତ ମିଶି ମୁମ୍ବାଇରେ ମୁସଲିମ ସମୁଦାୟ ପାଇଁ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ତଞ୍ଜିମ ଇସଲା-ଉଲ-ମୁସଲିମ ନାମକ ଏକ ସଂଘଟନ ଗଠନ କରିଥିଲେ । ମଧ୍ୟ ଦିଲ୍ଲୀର ଦରିୟାଗଞ୍ଜରେ ଛତ୍ରାଲାଲ ମିଆଁ ଅଞ୍ଚଳରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ତୁଣ୍ଡା ଉତ୍ତରପ୍ରଦେଶ ଗାଜିଆବାଦରେ କର୍ପୋରେଟର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ତେବେ 80 ଦଶକରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଅପରେଟିଭ ମାଧ୍ୟମରେ ଲସ୍କର-ଇ-ତୈୟବା ସହିତ ଯୋଗାଯୋଗରେ ଆସିଥିଲେ । ଏହାପରେ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇଥିଲେ । ପୋଲିସ ପକ୍ଷରୁ କୁହାଯାଇଛି ଯେ, 1996ରୁ 1998 ମସିହା ମଧ୍ୟରୋ ବୋମା ବିସ୍ଫୋରଣରେ ସିରିଜ କରିବା ପାଇଁ ଢାକାରୁ ଭାରତ ଆସିଥିଲା ତୁଣ୍ଡା । ଏହି ସମୟରେ ମଧ୍ୟରେ ଦିଲ୍ଲୀରେ ହୋଇଥିବା ସମସ୍ତ ବିସ୍ଫୋରଣରେ ସାମିଲ ହୋଇଥିଲା ତୁଣ୍ଡା ।

ABOUT THE AUTHOR

...view details