ଓଡିଶା

odisha

ରାଶିଫଳ: ସିଂହ-କନ୍ୟା ରାଶି ଉପରେ ରହିବ ମା’ ଦୁର୍ଗାଙ୍କ କୃପା ଦୃଷ୍ଟି, ଏମାନେ ରୁହନ୍ତୁ ସତର୍କ - Horoscope

Horoscope Today: ଆଜି କେମିତି କଟିବ ଦିନ । କଣ କହୁଛି ରାଶିଫଳ । କାହା ଉପରେ ରହିବ ମା’ଙ୍କ କୃପାଦୃଷ୍ଟି । କିଏ ରହିବେ ସତର୍କ । ପଢନ୍ତୁ ଇଟିଭି ଭାରତରେ ଆଜିର ରାଶିଫଳ ।

By ETV Bharat Odisha Team

Published : 4 hours ago

Published : 4 hours ago

Etv Bharat
Etv Bharat (Etv Bharat)

ମେଷ:ଆଜି ଆପଣ ଦିନ ଖୁସିରେ କଟିବ । ପାରିବାରିକ ଜୀବନ ସୁଖମୟ ହେବ | ବିଭିନ୍ନ ଯାଗାରେ ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ବାଦୁ ଖାଦ୍ୟ ଖାଇବେ । ଚିନ୍ତାରୁ ଦୂରେଇ ରୁହନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ , ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ |

ମେଷ (ETV Bharat Odisha)

ବୃଷ: ଆଜି ପୁରା ଦିନଟିରେ ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ | ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ | ପିତାମାତାଙ୍କ ଠାରୁ ଶୁଭଖବର ପାଇବେ । ଶାରିରୀକ ସୁସ୍ଥତା ବଜାୟ ରଖିବେ ।

ବୃଷ (ETV Bharat Odisha)

ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହା ଦ୍ବାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ ।

ମିଥୁନ (ETV Bharat Odisha)

କର୍କଟ: ଆଜି ଆପଣ ଦେଖିଚାହିଁ କାମ କରନ୍ତୁ । ମାନସିକ ଶାନ୍ତି ମଧ୍ୟ ବ୍ୟାହତ ହୋଇପାରେ । ରାତିରେ ଯନ୍ତ୍ରଣା ତଥା ଅନ୍ୟାନ୍ୟ ଶାରିରୀକ ପୀଡା ଆପଣଙ୍କୁ କଷ୍ଟ ଦେଇପାରେ | ପରିବାରର ସଦସ୍ୟମାନଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରିପାରେ | ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ | ଆପଣଙ୍କୁ ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।

କର୍କଟ (ETV Bharat Odisha)

ସିଂହ:ଆଜି ଦିନଟି ବହୁତ ଭଲରେ କଟିବ । କାରଣ ନକ୍ଷତ୍ର ଆପଣଙ୍କ ସାଥ୍‌ ଦେବ । ପରିସ୍ଥିତିକୁ ଆପଣ ବୁଝିବେ । ଦିନଟି ଭଲରେ କଟିବ ।

ସିଂହ (ETV Bharat Odisha)

କନ୍ୟା: କଥାରେ ଅଛି ନା ମିଠା ଆଉ ମିଠା । ସେହିପରି ଦିନଟି ଆଜି ବହୁତ ଭଲରେ କଟିବ । ଲୋକେ ପ୍ରଶଂସା କରିବେ । ଦିଆଯାଇଥିବା କାମକୁ ଆପଣ ସୁରୁଖୁରୁରେ କରିବେ । ଲୋକଙ୍କ ସହ ଭଲ ସମ୍ପର୍କ ଆଜି ଆପଣଙ୍କୁ ଭରପୂର ଫାଇଦା ଦେବ ।

କନ୍ୟା ରାଶି (ETV Bharat Odisha)

ତୁଳା:ପରିବାରଲୋକଙ୍କ ଆଶୀର୍ବାଦ ରହିବ । ଯେଉଁଠି ବି କାମ କଲେ ପରିବାର ପ୍ରତି ଥିବା ସମର୍ପଣ ଭାବ କାମରେ ଦେଖାଯିବ । ବ୍ୟବସାୟରେ ବିନିଯୋଗ କରିଥିବା ସମସ୍ତ ବିକଳ୍ପ ସଫଳ ହେବ । ଦିନଟି ଭଲରେ କଟିବ ।

ତୁଳା (ETV Bharat Odisha)

ବିଛା: ଆଜି ଆପଣ ସତର୍କ ରୁହନ୍ତୁ । କାହା ସହ କଥାବାର୍ତ୍ତା କଲାବେଳେ ସର୍ତକତା ଅବଲମ୍ବନ କରନ୍ତୁ । ମାନ୍ଦା ଅନୁଭବ କରିବେ, ମାନସିକ ଅଶାନ୍ତି ରହିବ । ବିଶେଷକରି ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆଜି କିଛି ଚିକିତ୍ସା କରିବାକୁ ଯୋଜନା କରୁଛନ୍ତି । ତାହାଲେ ଟିକେ ଅପେକ୍ଷା କରନ୍ତୁ । ଅନ୍ୟ ଦିନରେ କରନ୍ତୁ ।

ବିଛା (ETV Bharat Odisha)

ଧନୁ: ଆଜି ଯଦି କିଛି ଯୋଜନା କରୁଛନ୍ତି ତାହାଲେ ସେଥିରେ ଲଗାନ୍ତୁ ବ୍ରେକ । କାରଣ ଇଚ୍ଛା ଅନୁସାରେ କାର୍ଯ୍ୟ ହୋଇନପାରେ । ଆପଣ ଭାବୁଥିବା କାର୍ଯ୍ୟ ଆଜି ହୋଇନପାରେ ।

ଧନୁ (ETV Bharat Odisha)

ମକର: ଆଜି ଆପଣଙ୍କୁ ପ୍ରଶଂସା ମିଳିବ । ସହକର୍ମୀମାନେ ସହଯୋଗ କରିବେ । ଚାରିଆଡୁ ସହଯୋଗ ମିଳିବ । ଯଦି ଆଜି କିଛି ଚାକିରି ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି ତାହାଲେ କହିରଖୁଛୁ ଆଜି ଆପଣଙ୍କ ପାଇଁ ସମୟ ଅନୁକୂଳ ନୁହେଁ ।

ମକର (ETV Bharat Odisha)

କୁମ୍ଭ:ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ସହ ଅଛି । ଆଜି ଦିନରେ ବହୁତ କାମ ଅଛି କରିବାକୁ ହେଲେ ଆପଣଙ୍କ ସୌଭାଗ୍ୟ ଯୋଗୁଁ ବିନା ଚିନ୍ତାରେ ସୁରୁଖୁରୁରେ ସବୁ କାମ ସମାପ୍ତ କରିବେ । ପରେ କିନ୍ତୁ କାମକୁ ନେଇ ଚିନ୍ତିତ ରହିବେ । ଆପଣଙ୍କ ପାଇଁ ପରାମର୍ଶ ଏହା କି ଉଷୁମ ପାଣିରେ ସ୍ନାନ କରନ୍ତୁ ଆରାମ ମିଳିବ ।

କୁମ୍ଭ (ETV Bharat Odisha)

ମୀନ: ଆଜି କିଛି ସକରାତ୍ମକ ପରିସ୍ଥିତି ଉପୁଜିପାରେ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଶରୀର ପାଇଁ ଅର୍ଥ ଖର୍ଚ୍ଚ ହେବ । ଧୈର୍ଯ୍ୟର ସହ ପରିବାରଜନଙ୍କ ସହ ମିଶିବାକୁ ପଡିବ । ଚିନ୍ତା କରିନଥିବା ଅର୍ଥର ଆଗମନ ପାଇଁ ଖୁସି ହେବେ । ବ୍ୟବସାୟୀଙ୍କ ବାକିଥିବା ଅର୍ଥ ଆଦାୟ ହୋଇପାରେ ।

ମୀନ (ETV Bharat Odisha)

ରାଶିଫଳ ସମ୍ପର୍କିତ ଅଧିକ ଜାଣିବାକୁ ଚାହୁଁଛନ୍ତି କି ? ଲିଙ୍କରେ ପଢନ୍ତୁ ଖବର

୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ

ନବରାତ୍ରୀରେ ୯ ରାଶିରେ ବଡ଼ ପରିବର୍ତ୍ତନ, ମା'ଙ୍କ କୃପାରୁ ଧନଧାନ୍ୟରେ ପୁରି ଉଠିବ ଘର

ABOUT THE AUTHOR

...view details