ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର

ମହାରାଷ୍ଟ୍ରରେ ବିଜେପି ପାଇଁ ଖୁସି ଖବର । ସ୍କିମ୍ ଆଣିଲା ସଫଳତା । ମହିଳା ଭୋଟକୁ ଟାର୍ଗେଟ୍ କରି କିପରି ହାତେଇଲା ଦଳ ?

Maharashtra Election Result
Maharashtra Election Result (ETV Bharat Odisha)

By ETV Bharat Odisha Team

Published : Nov 23, 2024, 5:40 PM IST

Updated : Nov 23, 2024, 6:00 PM IST

ହାଇଦ୍ରାବାଦ: ମହାରାଷ୍ଟ୍ରରେ ଦୋହରିଲା ମଧ୍ୟ ପ୍ରଦେଶ ରେଜଲ୍ଟ । ବର୍ଷକ ତଳେ ମଧ୍ୟ ପ୍ରଦେଶରେ ସଫଳତା ଦେଇଥିବା ମ୍ୟାଜିକ୍ କାର୍ଡ ପୁଣି ଥରେ ବିଜେପି ପାଇଁ ମହାରାଷ୍ଟ୍ରରେ କମାଲ କରିଛି । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ସଫଳତା ଆଣିଥିବା ମହିଳା କାର୍ଡ ମହାରାଷ୍ଟ୍ରରେ ମଧ୍ୟ ଗୈରିକ ଦଳ ପାଇଁ ବିଜୟ ରାସ୍ତା ଦେଖାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ- ମହାୟୁତି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି ମହିଳା କୈନ୍ଦ୍ରିକ ଯୋଜନା ।

ତେବେ 2019 ନିର୍ବାଚନ ତୁଳନାରେ 2024ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପଡିଛି 5 ପ୍ରତିଶତ ଅଧିକା ମହିଳା ଭୋଟ । ଏଥର ନିର୍ବାଚନରେ 65.21 ପ୍ରତିଶତ ମହିଳା ଭୋଟ ଦେଇଥିବା ବେଳେ ଗତଥର 59.26 ପ୍ରତିଶତ ଭୋଟ ଦେଇଥିଲେ । ଆଜି ଗଣତିରେ ସନ୍ଧ୍ୟା ସୁଦ୍ଧା ମହାୟୁତି 232 ସିଟରେ ଆଗରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏକାକି 132 ଆସନରେ ଆଗରେ ରହିଛି ।

2024ରେ 3 କୋଟିରୁ ଅଧିକ ମହିଳା ଭୋଟର ନିଜର ମତାମତ ସାବ୍ୟସ୍ତ କରିଛନ୍ତି । ଯେତେବେଳେ 2019ରେ 2.53 କୋଟି ମହିଳା ମତାମତ ସାବ୍ୟସ୍ତ କରିଥିଲେ । ଏଥର ନିର୍ବାଚନରେ 52.58 ଲକ୍ଷ ମହିଳାଙ୍କ ଅଧିକ ଭୋଟ ପଡିଛି । ଥାନେ ଅଞ୍ଚଳରେ 11 ପ୍ରତିଶତ ମହିଳାଙ୍କ ଭୋଟ ବଢିଥିବା ବେଳେ ପାଲଘରରେ 9 ପ୍ରତିଶତ, ମୁମ୍ୱାଇ ମେଟ୍ରୋପଲିଟାନ୍ ଅଞ୍ଚଳରେ 7 ପ୍ରତିଶତ ମହିଳାଙ୍କ ଭୋଟ ସେୟାର ବଢିଛି ।

କେଉଁ ଯୋଜନା ଆଣିଲା ସଫଳତା-

ମଧ୍ୟ ପ୍ରଦେଶ ନିର୍ବାଚନରେ ମଧ୍ୟ ଠିକ୍ ଏପରି ମହିଳାଙ୍କ ଅଧିକା ଭୋଟ ପଡିଥିଲା । ତେବେ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ଗ୍ରାମୀଣ ଏବଂ ଆଦିବାସୀ ମହିଳାଙ୍କ ଭୋଟ ବିଜେପି ପାଇଁ ସଫଳତା ଆଣିଦେଇଛି । ତେବେ ମହିଳା କୈନ୍ଦ୍ରିକ ଯୋଜନା ତଥା ଲଡକୀ ବହିନ ଯୋଜନା ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି । ଏହି ଯୋଜନା ଅଧିନରେ ମହାରାଷ୍ଟ୍ରରେ ଗତ 4 ମାସ ଧରି ଯୋଗ୍ୟ ମହିଳାଙ୍କୁ ମାସିକ 1500 ଟଙ୍କାର ଆର୍ଥିକ ସହାୟତା ମିଳୁଛି । ଏପଟେ ମଧ୍ୟପ୍ରଦେଶରେ ଲାଡଲୀ ବହିନ ଯୋଜନାରେ ମାସିକ ଯୋଗ୍ୟ ମହିଳା ହିତାଧୀକାରୀଙ୍କୁ ମାସିକ ମିଳୁଛି 1250 ଟଙ୍କା ।

ଏହା ବି ପଢନ୍ତୁ- ମହାରାଷ୍ଟ୍ର-ଝାଡ଼ଖଣ୍ଡ ଜନାଦେଶ: କେଉଁଠି କିଏ ମୁଖ୍ୟମନ୍ତ୍ରୀ ଚେହେରା ?

ଏହା ବି ପଢନ୍ତୁ- ବିଧାନସଭା ଜନାଦେଶ ୨୦୨୪: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କି’ଏ ପିନ୍ଧିବ ତାଜ୍‌

ବିଜୟ ଦେଲା ଯୋଜନା-

ମଧ୍ୟପ୍ରଦେଶରେ ସରକାର ଗଠନ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଭଦା କହିଥିଲେ, ଆମେ ପ୍ରତିଶୃତି ପାଳନ କରି କ୍ଷମତାକୁ ଫେରିଲୁ । ଲାଡଲୀ ବେହନା ଯୋଜନା ମହିଳାଙ୍କ ବିଶ୍ବାସ ଜିତିବାରେ ସଫଳତା ଆଣିଦେଇଛି । ତେବେ ମହାରାଷ୍ଟ୍ରରେ ନିର୍ବାଚନୀ ପ୍ରଚାର ସମୟରେ ଏହି ଯୋଜନାର ସଫଳତା ନେଇ ବଖାଣିଥିଲେ ଉପମୁଖ୍ୟମନ୍ତ୍ରୀ ।

ତେବେ ମଧ୍ୟପ୍ରଦେଶରେ ସଫଳତା ପାଇବା ପରେ ଏହି ମଡେଲକୁ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଆପଣାଇଥିଲା ବିଜେପି । ବରିଷ୍ଠ ସାମ୍ବାଦିକ ଅଭିଳାଷ ଖାଣ୍ଡେକରଙ୍କ ମତରେ ଏଭଳି ମହିଳା କୈନ୍ଦ୍ରିକ ଯୋଜନାରେ ହିତାଧିକାରୀ ସିଧାସଳଖ ସହାୟତା ପାଇବା ଦଳ ପାଇଁ ନିର୍ବାଚନରେ ସୁଯୋଗ ତିଆରି କରିଥିଲା । ତେବେ ସରକାର ଆଗରେ ଅନେକ ଚ୍ୟାଲେଞ୍ଜ ଥିଲେ ମଧ୍ୟ ମଧ୍ୟପ୍ରଦେଶ ପରି ମହାରାଷ୍ଟ୍ରରେ ମହିଳା ଭୋଟ ହିଁ ବିଜୟ ରାସ୍ତା ଦେଖାଇଛି ।

ଏପଟେ ମଧ୍ୟପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ଯକ୍ଷଙ୍କ ମତରେ, "ଲଡକୀ ବହିନ ଯୋଜନା ନିର୍ବାଚନର ମାତ୍ର 4 ମାସ ପୂର୍ବରୁ ଲାଗୁ ହୋଇଥିଲା । ତେବେ ବିଜେପିର ଯୋଜନା ମହିଳାଙ୍କ ବିକାଶ ବା ସଶକ୍ତିକାରଣ ପାଇଁ ନିହେଁ ବରଂ ଏହା ନିର୍ବାଚନକୁ ଆଖି ଆଗରେ ରଖି ଲାଗୁ ହୋଇଥିଲା ।" ତେବେ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରୋଡ ସୋ ଏହି ଯୋଜନା ନେଇ ପ୍ରଚାର କରିଥିଲେ ।

‘ଲାଡଲୀ ବେହନା’ ଯୋଜନା-

ମଧ୍ୟ ପ୍ରଦେଶ ସରକାର 2023 ମସିହା ଜାନୁଆରୀ ମାସ 28 ତାରିଖରେ ଶୁଭାରମ୍ଭ କରିଥିଲେ ଗେମ୍ ଚେଞ୍ଜର ସ୍କିମ୍ ‘ ମୁଖ୍ୟମନ୍ତ୍ରୀ ଲାଡଲୀ ବେହନା ଯୋଜନା’ । ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ପୋଷଣ ଏବଂ ଆର୍ଥିକ-ସ୍ବାୟତତ୍ତା ପାଇଁ ଆରମ୍ଭ କରିଥିଲେ ଏହି ଯୋଜନା । ଏହି ସ୍କିମ୍ ଅଧିନରେ ମାସିକ 1250 ଟଙ୍କା ଲେଖାଏଁ ମହିଳାଙ୍କୁ ମିଳୁଛି । ପ୍ରଥମରୁ ଏହା 1 ହଜାର ଟଙ୍କା ଥିଲା । ଆଧାର-ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା । 21 ବର୍ଷରୁ 60 ବର୍ଷ ବୟସ ମଧ୍ୟରେ ମହିଳାଙ୍କୁ ମିଳୁଛି ଏହି ଟଙ୍କା ।

‘ମୁଖ୍ୟମନ୍ତ୍ରୀ ଲଡକୀ ବହିନ’-

ଚଳିତ ବର୍ଷ ଅଗଷ୍ଟ 17 ତାରିଖରେ ମହାରାଷ୍ଟ୍ର ସରକାର ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଲଡକୀ ବହିନ । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ଏହି ଆର୍ଥିକ ସହାୟତା ମିଳିଥିଲା । ରାଜ୍ୟର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗର ଏକ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ମାସିକ 1500 ଟଙ୍କା ପ୍ରଦାନ କରାଯାଉଛି । ଏଥିପାଇଁ ମହାରଷ୍ଟ୍ର ସରକାର ବାର୍ଷିକ 46 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ମହିଳା-କୈନ୍ଦ୍ରିକ ଯୋଜନା

ମହିଳାଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର କାର୍ଯ୍ୟକାରୀ, ଉଜ୍ବଳା ଯୋଜନା, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍, ‘ବେଟି ବଚାଓ ବେଟି ପଢାଓ‘, ମହିଳା ଶକ୍ତି କେନ୍ଦ୍ର, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସୁଧାର ଗୃହ ସ୍କିମ୍ ଭଳି ଅନେକ ଯୋଜନା କେନ୍ଦ୍ର ସରକାର ମହିଳାଙ୍କ ପାଇଁ କରି ପ୍ରଣୟନ କରିଛନ୍ତି ।

Last Updated : Nov 23, 2024, 6:00 PM IST

ABOUT THE AUTHOR

...view details