ଓଡିଶା

odisha

ETV Bharat / bharat

କମଲନାଥଙ୍କ ପରେ ବିଜେପି ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ ! - 2024 General poll

Manish Tewari in BJP Touch Reports: ବିଜେପି ସହ ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ ସମ୍ପର୍କରେ ଥିବା ଚର୍ଚ୍ଚା । ଆଜି ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇପାରେ କମଲନାଥଙ୍କ ଦଳବଦଳ ଚର୍ଚ୍ଚା । ଅଧିକ ପଢନ୍ତୁ

କମଲନାଥଙ୍କ ପରେ ବିଜେପି ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ !
କମଲନାଥଙ୍କ ପରେ ବିଜେପି ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ !

By ETV Bharat Odisha Team

Published : Feb 18, 2024, 4:41 PM IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଜେପିରେ ମିଶିବା ଚର୍ଚ୍ଚା ଗତ 24 ଘଣ୍ଟା ଧରି ଗଣମାଧ୍ୟମର ହେଡଲାଇନରେ ରହିଛି । କମଲନାଥ, ପୁଅ ନକୁଲନାଥଙ୍କ ସହ ଦିଲ୍ଲୀରେ ଡେରା ପକାଇଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସେ ବିଜେପିରେ ସାମିଲ ହେବା ଖବର ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଇଛି । ଏହାରି ମଧ୍ୟରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ନାମ ମଧ୍ୟ ଦଳ ପରବର୍ତ୍ତନ ଚର୍ଚ୍ଚାରେ ସାମିଲ ହୋଇଛି । କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବରୁ ସାଂସଦ ଥିବା ମନୀଷ ତିଓ୍ବାରୀ ମଧ୍ୟ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ମନୀଷ ଏବେ ପଞ୍ଜାବର ଆନନ୍ଦପୁର ସାହିବ ଲୋକସଭା କ୍ଷେତ୍ରରୁ ସାଂସଦ ରହିଛନ୍ତି । ସେ ଦଳରେ ଅସନ୍ତୁଷ୍ଟ ଅଛନ୍ତି ଓ ଚଳିତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡି ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ମନୀଷଙ୍କ ନିକଟତମ ସୂତ୍ରରୁ ଏହି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି । ମନୀଷ ଏବେ କାମରେ ବ୍ଯସ୍ତ ଅଛନ୍ତି, ଦଳ ଛାଡିବାର କୌଣସି କାରଣ ନାହିଁ ବୋଲି ତାଙ୍କ ନିକଟତମ ସମ୍ପର୍କୀୟ ଦାବି କରିଛନ୍ତି ।

ତେବେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ସ୍ଥିତି ପ୍ରାୟତଃ ଅସ୍ପଷ୍ଟ ହୋଇପଡିଛି । ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ନେଇ କୌଣସି ନିଷ୍କର୍ଷରେ ପହଞ୍ଚାଯାଇ ପାରୁନି । ଏକାଧିକ ପାର୍ଟି ମେଣ୍ଟରେ ଥାଇ ମଧ୍ୟ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହ ଆସନ ବୁଝାମଣା ନକରି ଏକାକୀ ଲଢିବାକୁ ଘୋଷଣା କରିସାରିଛନ୍ତି । ଏହାରି ମଧ୍ୟରେ ଜଣେ ପରେ ଜଣେ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହେବାର ଧାରା ଜାରି ରଖିଛନ୍ତି । କିଛି ମାସେ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲିନ୍ଦ ଦେଉରା ଦଳ ଛାଡି ଶିବସେନାରେ ସାମିଲ ହୋଇଥିଲେ । ତାଙ୍କୁ ଶିବସେନା ରାଜ୍ୟସଭା ଟିକେଟ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ‘ଆଗାମୀ 100 ଦିନ ଗୁରୁତ୍ବପୂର୍ଣ୍ଣ: ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ ଓ ସମୂଦାୟ ନିକଟରେ ପହଞ୍ଚିବାକୁ ହେବ’

ଏହା ପରେ ରାଜ୍ୟର ଅନ୍ୟତମ ବରିଷ୍ଠ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହେବାର 24 ଘଣ୍ଟା ମଧ୍ୟରେ ରାଜ୍ୟସଭା ଟିକେଟ ପାଇଛନ୍ତି । ମଧ୍ଯ ପ୍ରଦେଶରେ ଦଳର ଭେଟେରାନ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କ ସାଂସଦ ପୁଅ ନକୁଲନାଥ ମଧ୍ୟ ବିଜେପିରେ ସାମିଲ ହେବା ପ୍ରକ୍ରିୟା ମଧ୍ୟରେ ଥିବା ଚର୍ଚ୍ଚା ହେଉଛି । ଏହି କ୍ରମରେ ପଞ୍ଜାବରେ ଦଳର ଅନ୍ୟତମ ବରିଷ୍ଠ ନେତା ମନୀଷ ତିଓ୍ବାରୀ ମଧ୍ୟ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା କଂଗ୍ରେସର ସମସ୍ୟାକୁ ବଢାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details