କୋଲକାତା: ବିଚାରପତି ପଦରୁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ଜଷ୍ଟିସ ଅଭିଜତ ଗଙ୍ଗୋପାଧ୍ୟାୟ । ସେ ପୂର୍ବରୁ ରାଜନୀତିକୁ ଆସିବାକୁ ଘୋଷଣା କରିଥିବା ଏବେ ବିଜେପିରେ ସାମିଲ ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି । ସେ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । 7 ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ଆଜି ପ୍ରେସମିଟ କରି ସେ ରାଜ୍ୟରେ ଶାସନରେ ଥିବା ତୃଣମୂଳ କଂଗ୍ରେସ ଉପରେ ଭୀଷଣ ବର୍ଷିଛନ୍ତି । ଟିଏମସି ଦଳ ଦୁର୍ନୀତିର ଅନ୍ୟନାମ ବୋଲି କହିଛନ୍ତି ଅଭିଜିତ । ସେ 7 ତାରିଖରେ ସେ ବିଜେପିର ଦିଲ୍ଲୀ ମୁଖ୍ୟାଳୟ କିମ୍ବା କୋଲକାତା ପାର୍ଟି କାର୍ଯ୍ୟାଳୟରେ ମିଶିବେ ସେ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ କରିନାହାନ୍ତି ।
ତେବେ ଆଜି ସେ ଇସ୍ତଫା ଦେବା ପରେ ପ୍ରେସମିଟ କରିଛନ୍ତି । କହିଛନ୍ତି, ଟିଏମସି ଦୁର୍ନୀତିରେ ବୁଡିଛି । ବିଜେପି ଟିଏମସି ବିରୋଧରେ ଲଢେଇ ଜାରି ରଖିଛି । ଭାରତୀୟ ଜନତା ପାର୍ଟି ଏକ ଜାତୀୟ ରାଜନୈତିକ ଦଳ । ତେଣୁ ସେ ବିଜେପିରେ ମିଶିବା ପାଇଁ ଉଚିତ ମନେ କଲେ । ତେବେ ସେ ନିର୍ବାଚନ ଲଢିବେ କି ନାହିଁ, ସେ ସମ୍ପର୍କରେ ସିଧା ପ୍ରତିକ୍ରିୟା ରଖିନାହାନ୍ତି । ତାହା ଦଳ ନିଷ୍ପତ୍ତି ନେବ । ଏହା ସମ୍ପର୍କରେ ଦଳ ନିଷ୍ପତ୍ତି ନେବ । ଯାହା କିଛି ନିଷ୍ପତ୍ତି ହେବ ସେ ତାକୁ ଗ୍ରହଣ କରିବେ ବୋଲି ଅଭିଜିତ କହିଛନ୍ତି ।
2018 ରେ ଅଭିଜତ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ ଯୋଗଦାନ କରିଥିଲେ । ଏହା ପରେ 2020 ମସିହା ଜୁଲାଇ 30 ତାରିଖରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଗତ କିଛି ଦିନ ସେ ବିବାଦରେ ଥିଲେ । ଟିଏମସି ସହ ବିବାଦ କାରଣରୁ ତାଙ୍କ କାର୍ଯ୍ୟକଳାପକୁ ସର୍ବୋଚ୍ଚକୋର୍ଟ ମଧ୍ୟ ନାପସନ୍ଦ କରିଥିଲେ ।