ଓଡିଶା

odisha

ଦାଢି-ନିଶ ରଖିବାରୁ ୮୦ କର୍ମଚାରୀଙ୍କୁ ବାହାର କଲା କମ୍ପାନି - Company Fired 80 Employees

By ETV Bharat Odisha Team

Published : May 2, 2024, 7:20 AM IST

Employees Fired For Beard: ନିଶ, ଦାଢି ରଖିବା ପଡିଗଲା ମହଙ୍ଗା । ଏକାଥରେ ୮୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା କମ୍ପାନି । ପଢନ୍ତୁ ପୁରା ଘଟଣା...

ଦାଢି-ନିଶା ରଖିବାରୁ ୮୦ କର୍ମଚାରୀଙ୍କୁ ବାହାର କଲା କମ୍ପାନି
ଦାଢି-ନିଶା ରଖିବାରୁ ୮୦ କର୍ମଚାରୀଙ୍କୁ ବାହାର କଲା କମ୍ପାନି

ଶିମଲା:ଆଜିକାଲି ନିଶ, ଦାଢି ରଖିବା ଯୁବବର୍ଗଙ୍କ ମଧ୍ୟରେ ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ଯୁବକ ଷ୍ଟାଇଲିସ୍ ଲୁକ ପାଇଁ ଦାଢି ରଖିବାକୁ ପସନ୍ଦ କରନ୍ତି । ହେଲେ ଏହି ଦାଢି, ନିଶ ଯେ ଏତେ ମହଙ୍ଗା ପଡିପାରେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ନିଶ, ଦାଢି ରଖିବାରୁ ହିମାଚଳର ଗୋଟିଏ କମ୍ପାନୀ ଏକାଥରେ ୮୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ସେମାନଙ୍କର ଭୁଲ୍ ଏତିକି ଥିଲା ଯେ, କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା ସତ୍ତ୍ବେ କେହି ନିଶା, ଦାଢି କାଟି ନଥିଲେ ।

ଏହି ଅଜବ ମାମଲାଟି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର । ସୋଲନ ଅନ୍ତର୍ଗତ ପରବାଣୁ ଅଞ୍ଚଳ ସ୍ଥିତ ଗୋଟିଏ କମ୍ପାନୀ ଏକାଥରେ ୮୦ ଶ୍ରମିକଙ୍କୁ ଛଟେଇ କରିଛି । ଏହି କର୍ମଚାରୀମାନେ ଏବେ ନ୍ୟାୟ ଦାବିରେ କମ୍ପାନୀ ଆଗରେ ଧାରଣା ଦେଉଛନ୍ତି । ସେମାନଙ୍କ ସହ ଆଲୋଚନା କରାଯିବାରୁ ଜଣାପଡିଛି ଯେ, ନିଶ-ଦାଢି ରଖିବା କାରଣରୁ କମ୍ପାନି ସେମାନଙ୍କୁ କାମରୁ ବିଦା କରିଛି । କିଛି ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କୁ କମ୍ପାନିରେ ପ୍ରବେଶ କରିବାରୁ ନିଷେଦ୍ଧ କରାଯାଇଥିଲା । ନିଶ, ଦାଢି କାଟିବା ପରେ ହିଁ କମ୍ପାନିରେ ଏଣ୍ଟ୍ରି କରିପାରିବେ ବୋଲି ସର୍ତ୍ତ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଶାଶୁକୁ ପ୍ରେମ କରୁଥିଲା ଜ୍ବାଇଁ; ଦୁହିଁଙ୍କ ବାହାଘର କରାଇଲେ ଶ୍ବଶୁର - Man Marries Mother In Law

କିନ୍ତୁ ସେହି କର୍ମଚାରୀମାନେ ଏଥିରେ ରାଜି ହୋଇନଥିଲେ । ଯେଉଁ କାରଣରୁ କମ୍ପାନି କାର୍ଯ୍ୟାନୁଷ୍ଠାନ ପୂର୍ବକ ଏକାଥରେ ୮୦ ଜଣକୁ ଚାକିରିରୁ ବିଦା କରିଦେଇଛି । ଏହାପରେ ପୀଡିତ କର୍ମଚାରୀମାନେ ସର୍ତ୍ତ ମାନି ନିଜ ନିଶ ଦାଢି କାଟିଥିଲେ ହେଁ ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଛଟେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଏନେଇ ସେମାନେ ଶ୍ରମ ଆୟୁକ୍ତ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ମଙ୍ଗଳବାର ପରବାଣୁ ଲେବର ଇନ୍ସପେକ୍ଟର କମ୍ପାନିରେ ପହଞ୍ଚି ଉଭୟ କର୍ତ୍ତୃପକ୍ଷ ଏବଂ ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ।

ସାଲୋନ ଜିଲ୍ଲାପାଳ ମଧ୍ୟ ଘଟଣାର ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ପରବାଣୁର ଗୋଟିଏ କମ୍ପାନୀ ନିଶ, ଦାଢି ରଖିଥିବା ୮୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିବା ଖବର ମିଳିଛି । ଏହି ଘଟଣାରେ ଯାଞ୍ଚ କରାଯାଉଛି । ଯଦି ବାସ୍ତବରେ ସେମିତି କିଛି ଘଟିଥାଏ, ତାହେଲେ କମ୍ପାନୀ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details