ଓଡିଶା

odisha

ETV Bharat / bharat

ହ୍ୟାଣ୍ଡବ୍ରେକ ଲଗାଇବାକୁ ଭୁଲିଗଲେ ଲୋକୋ ପାଇଲଟ, 78 କିଲୋମିଟର ଗଡିଗଲା ମାଲବାହୀ ଟ୍ରେନ - ଉଚି ବାସି ରେଳ ଷ୍ଟେସନ

Train Run Without Loco Pilot: ବିନା ଲୋକୋ ପାଇଲଟରେ 78 କିଲୋମିଟର ଗଡିଗଲା ମାଲବାହୀ ଟ୍ରେନ । ଜମ୍ମୁ କାଶ୍ମୀରର କାଥୁଆରୁ ଗଡ଼ି ପଞ୍ଜାବରେ ପହଞ୍ଚିଲା । ଅଧିକ ପଢ଼ନ୍ତୁ

Train Run Without Loco Pilot
Train Run Without Loco Pilot

By ETV Bharat Odisha Team

Published : Feb 25, 2024, 2:23 PM IST

Updated : Feb 25, 2024, 5:45 PM IST

ଚଣ୍ଡିଗଡ଼: ସାମ୍ନାକୁ ଆସିଲା ରେଳ ବିଭାଗର ବଡ଼ ଅବହେଳା । ବିନା ଲୋକୋ ପାଇଲଟରେ 78 କିଲୋମିଟର ଗଡିଗଲା ମାଲବାହୀ ଟ୍ରେନ । ଜମ୍ମୁ କାଶ୍ମୀରର କାଥୁଆରୁ ଗଡ଼ି ପଞ୍ଜାବରେ ପହଞ୍ଚିଲା ମାଲବାହୀ ରେଳଗାଡ଼ି । ତେବେ ବିନା ଲୋକୋ ପାଇଲଟରେ ଟ୍ରେନ ଚାଲୁଥିବା ବେଳେ ପଞ୍ଜାବର ହୋସିଆରପୁର ଉଚିବାସି ରେଳ ଷ୍ଟେସନରେ କାଠ ଷ୍ଟପର ଲଗାଯାଇ ଟ୍ରେନକୁ ଅଟକାଯାଇଛି । ସେପଟେ ଏହି ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର କାଥୁଆ ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଲୋକୋ ପାଇଲଟ ଜଣଙ୍କ ହ୍ୟାଣ୍ଡବ୍ରେକ ନଲଗାଇ ଟ୍ରେନରୁ ତଳକୁ ଓହ୍ଲାଇ ପଡ଼ିଥିଲେ । ଫଳରେ ପଠାନକୋଟ ଆଡକୁ ଗଡ଼ାଣି ଥିବାରୁ ମାଲବାହୀ ଟ୍ରେନଟି ଆପେ ଆପେ ଗଡ଼ିବା ଆରମ୍ଭ କରିଥିଲା । ସେପଟେ ରେଳ ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିବାପରେ ଚଳନ୍ତା ରେଳଗାଡିକୁ କାଥୁଆ ରେଲୱେ ଷ୍ଟେସନରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନକୁ ଅଟକାଇବାରେ ବିଫଳ ହୋଇଥିଲେ । ତେବେ କିଛି ସମୟ ପରେ ଟ୍ରେନଟି ଦ୍ରୁତ ବେଗରେ ଗଡ଼ିବା ଆରମ୍ଭ କରିଥିଲା । ମାଲବାହୀ ଟ୍ରେନଟି ଘଣ୍ଟାପ୍ରତି 80 କିମି ବେଗରେ ଗଡିଥିବା ଜଣାପଡ଼ିଛି ।

ସେପଟେ କାଥୁଆ ରେଳ ଷ୍ଟେସନ ଅଧିକାରୀମାନେ ତୁରନ୍ତ ପଞ୍ଜାବ ପଠାନକୋଟର ସୁଜନପୁର ରେଳ ଷ୍ଟେସନ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା । ସେଠାରେ ମଧ୍ୟ ଷ୍ଟପର୍‌ ଲଗାଇ ଚଳନ୍ତା ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ରେଳ ଅଧିକାରୀମାନେ ଟ୍ରେନକୁ ଅଟକାଇବାରେ ବିଫଳ ହୋଇଥିବା ବେଳେ ଟ୍ରେନ ସୁଜନପୁର ରେଳ ଷ୍ଟେସନକୁ ମଧ୍ୟ ପାର କରି ଗଡ଼ିଚାଲିଥିଲା । ଏପରି ଭାବରେ ପଠାନକୋଟ କାଣ୍ଟ, କାଣ୍ଡ୍ରୋଡି, ମିର୍ଥଲ, ବଙ୍ଗାଲ ଏବଂ ମୁକେରିଆନ ଷ୍ଟେସନରେ ମଧ୍ୟ ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଶେଷରେ ହୋସିଆରପୁର ଉଚିବାସି ଷ୍ଟେସନରେ କାଠ ଷ୍ଟପର ଲଗାଯାଇ ମାଲବାହୀ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲେ ରେଳ ଅଧିକାରୀ ।

ଏହା ମଧ୍ୟ ପଢ଼ନ୍ତୁ...ଜୋରନ୍ଦା ରୋଡ଼ ଷ୍ଟେସନରେ ଜଳିଗଲା ଟ୍ରେନ ମେଣ୍ଟେନାନ୍ସ ଇଞ୍ଜିନ, ଲୋକ ପାଇଲଟ ସମେତ ୧୨ଜଣ କର୍ମଚାରୀ ସୁରକ୍ଷିତ

ଏଭଳି ଘଟଣାକୁ ନେଇ ଜମ୍ମୁ ରେଳ ଡିଭିଜନ ଟ୍ରାଫିକ ମ୍ୟାନେଜର କହିଛନ୍ତି ଯେ, ଏହି ଘଟଣା ପଛର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଅଧିକାରୀମାନେ କଡା ସୁରକ୍ଷା ପ୍ରୋଟୋକଲ ଲାଗୁ କରିବା, ନିୟମିତ ରକ୍ଷଣାବେକ୍ଷଣ ଯାଞ୍ଚ ଏବଂ ଏପରି ଘଟଣାକୁ ଏଡାଇବା ପାଇଁ ସଠିକ୍ ଟ୍ରେନ୍ ବ୍ରେକ ଏବଂ ସିଗନାଲ୍ ସିଷ୍ଟମ ସୁନିଶ୍ଚିତ କରିବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେପଟେ ରେଳ କର୍ମଚାରୀମାନେ କହିଛନ୍ତି ଯେ, ମାଲବାହୀ ଟ୍ରେନର ଆଗ ପାର୍ଶ୍ୱରେ 6ଟି ବ୍ରେକ୍ ଏବଂ ପଛ ପାର୍ଶ୍ୱରେ 6ଟି ବ୍ରେକ୍ ଅଛି, କିନ୍ତୁ ଏହା ସତ୍ତ୍ବେ ଏହି ଟ୍ରେନ୍ ବିନା ଲୋକପାଇଲଟରେ ଏତେ ବାଟ ପର୍ଯ୍ୟନ୍ତ କିପରି ପହଞ୍ଚିଲା, ତାହା ଅନୁସନ୍ଧାନର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2024, 5:45 PM IST

ABOUT THE AUTHOR

...view details