ଓଡିଶା

odisha

ETV Bharat / bharat

ମହଙ୍ଗା ପଡ଼ିଲା ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ, 6 ଥରର ସାଂସଦଙ୍କୁ ଟିକେଟ ଦେଲାନି BJP - Anant kumar Hegde - ANANT KUMAR HEGDE

Anant kumar Hegde : ସମ୍ବିଧାନ ପରିବର୍ତ୍ତନ ମନ୍ତବ ଦେଇ ବିବାଦ ସୃଷ୍ଟି କରିଥିବା ବରିଷ୍ଠ ବିଜେପି ନେତା ଅନନ୍ତ ହେଗଡେଙ୍କୁ ମିଳିଲାନି ଟିକେଟ । କର୍ଣ୍ଣାଟକରୁ 6 ଥର ଜିତିଥିଲେ ଲୋକସଭା ନିର୍ବାଚନ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ, 6 ଥରର ସାଂସଦଙ୍କୁ ଟିକେଟ ଦେଲାନି BJP
ମହଙ୍ଗା ପଡିଲା ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ, 6 ଥରର ସାଂସଦଙ୍କୁ ଟିକେଟ ଦେଲାନି BJP

By ETV Bharat Odisha Team

Published : Mar 25, 2024, 4:00 PM IST

ନୂଆଦିଲ୍ଲୀ/ବେଙ୍ଗାଲୁରୁ:ଗତକାଲି(ରବିବାର) ଭାରତୀୟ ଜନତା ପାର୍ଟି (ବିଜେପି)5ମ ପର୍ଯ୍ୟାୟରେ 17 ରାଜ୍ୟ ପାଇଁ ମୋଟ 111 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । 370 ପାର ନାରା ସହ ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି କିଛି ବରିଷ୍ଠ, ଚର୍ଚ୍ଚିତ ଚେହେରାଙ୍କୁ ମଧ୍ୟ ଚଳିତଥର ଟିକେଟରୁ ବାଦ ଦେଇଛି । ବିବାଦୀୟ ବୟାନବାଜୀ କରି ଦଳକୁ ସମାଲୋଚନାର ପରିଧିକୁ ଟାଣୁଥିବା କିଛି ନେତାଙ୍କୁ ଦଳ ଏଥର ବାଦ ଦେଇଛି । କର୍ଣ୍ଣାଟକରେ ଦଳର ବଡ ଚେହେରା ଓ 6 ଥର ସାଂସଦ ଅନନ୍ତ କୁମାର ହେଗଡେଙ୍କୁ ଏଥର ଟିକେଟ ମିଳିନି । ଗତମାସ ଅନନ୍ତଙ୍କ ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ବିରୋଧୀ ବିଜେପିକୁ ସମାଲୋଚନା କରିଥିଲେ । ଏହି କାରଣରୁ ଅନନ୍ତଙ୍କୁ ଚଳିତଥର ଦଳ ନିର୍ବାଚନକୁ ଓହ୍ଲାଇନଥିବା ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ବିଶେଶ୍ବର ହେଗଡେ କାବେରୀଙ୍କୁ ଦଳ ଟିକେଟ ଦେଇଛି । ପୂର୍ବରୁ କାବେରୀ 6ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସହ କର୍ଣ୍ଣାଟକର ବାଚସ୍ପତି ଓ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଛନ୍ତି ।

ଅନନ୍ତ ହେଗଡେ ଉତ୍ତର-କାନ୍ନାଡା ଲୋକସଭା ଆସନରୁ ଗତ 28ବର୍ଷ ମଧ୍ୟରେ ମୋଟ 6ଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି । ସେ କ୍ରମାଗତ ଭାବେ ଗତ 4 ସାଧାରଣ ନିର୍ବାଚନ ମଧ୍ୟ ଜିତିଥିଲେ । ନିକଟରେ ତାଙ୍କର ଏହି ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ ଝଡ ସୃଷ୍ଟି କରିଥିଲା । ଅନନ୍ତ କହିଥିଲେ,‘‘ବିଜେପି ଏଥର 4 ଶହ ପାର କରିବା ପାଇଁ ଲକ୍ଷ୍ୟ ରଖିଛି । 400 ପାର କରି ସରକାର ଗଠନ କରିବାର ଲକ୍ଷ୍ୟ ହେଉଛି ସମ୍ବିଧାନ ପରିବର୍ତ୍ତନ କରିବା । ବିଜେପି ଦେଶର ସମ୍ବିଧାନ ମଧ୍ୟ ପରିବର୍ତ୍ତନ କରିଦେବ ।’’ ଏହା ପରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ହୋଲି ମିଳନରେ କଂଗ୍ରେସ ନେତା ଟକରା ଟକରି, ଭିଡିଓ ଭାଇରାଲ - CONGRESS HOLI MILAN VIDEO VIRAL

ତେବେ ବିବାଦୀୟ ବୟାନ ଓ କାର୍ଯ୍ୟକଳାପରେ ଛନ୍ଦି ହୋଇଥିବା ଏକାଧିକ ନେତାଙ୍କୁ ବିଜେପି ଏଥର ନିର୍ବାଚନୀ ମୈଦାନରୁ ଦୂରରେ ରଖିଛି । ଦଳର ଫାଏରବ୍ରାଣ୍ଡ ନେତ୍ରୀ ସାଧ୍ବୀ ପ୍ରଜ୍ଞା ଓ ଲୋକସଭାରେ ଅନ୍ୟଜଣେ ବିରୋଧୀ ସାଂସଦଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ବ୍ୟବହାର କରିଥିବା ରମେଶ ବିଦୂରୀଙ୍କ ଟିକେଟ ମଧ୍ୟ କଟିଛି । ନିଜ ଦଳ ଓ ସରକାରର ନୀତିକୁ ସର୍ବଦା ସମାଲୋଚନା କରୁଥିବା ବରୁଣ ଗାନ୍ଧୀଙ୍କ ଟିକେଟ ମଧ୍ୟ ଏଥର କଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details