ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟରେ SBIର ସତ୍ୟପାଠ, 'ଏନ୍‌କ୍ୟାସ ହୋଇନଥିବା ବଣ୍ଡ ପିଏମ ରିଲିଫ ପାଣ୍ଠିକୁ ଦିଆଯାଇଛି' - Electoral Bond Data

SBI has provided Electoral Bonds data to EC: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଷ୍ଟେଟ ବ୍ୟାଙ୍କ । ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କଲେ। ଅଧିକ ପଢନ୍ତୁ

SBI
SBI

By ETV Bharat Odisha Team

Published : Mar 13, 2024, 2:45 PM IST

ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ ସହିତ ଜଡିତ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି । ଆଜି(ବୁଧବାର) ଏସବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ(Affidavit) ଦାଖଲ କରାଯାଇଛି । ଏହା ମାଧ୍ୟମରେ ବ୍ୟାଙ୍କ ଅଧ୍ୟକ୍ଷ ଦୀନେଶ କୁମାର ଖାରା କହିଛନ୍ତି, "ଆମେ ଦେଶର ସବୁଠାରୁ ବଡ ଅଦାଲତର ଆଦେଶ ପାଳନ କରୁଛୁ ।" ଏହି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟକୁ ଏସବିଆଇ ପକ୍ଷରୁ କୁହାଯାଇଛି, ନିର୍ବାଚନୀ ବଣ୍ଡ କ୍ରୟ ତାରିଖ, କ୍ରେତାଙ୍କ ନାମ ଏବ ପରିମାଣର ବିବରଣୀ ଇସିରେ ଦାଖଲ କରିଛନ୍ତି । ନିର୍ବାଚନୀ ବଣ୍ଡର ରିଡେମସନ, ଚାନ୍ଦା ହାସଲ କରୁଥିବା ରାଜନୈତଚିକ ଦଳର ନାମ ମଧ୍ୟ ଇସିଙ୍କୁ ଦେଇଛି ଏସବିଆଇ ।

ନିର୍ବାଚନୀ ବଣ୍ଡ କିଣିବା ବିବରଣୀ: ଉକ୍ତ ତଥ୍ୟର ସୂଚନା ଦେଇଁ ଏସବିଆଇ ସୁପ୍ରିମକୋର୍ଟକୁ ଏହା ମଧ୍ୟ କହିଛି ଯେ, 2019 ମସିହା ଏପ୍ରିଲ 14 ତାରିଖରୁ 2024 ମସିହା ଫେବୃଆରୀ 15 ତାରିଖ ମଧ୍ୟରେ କିଣାଯାଇଥିବା ନିର୍ବାଚନୀ ବଣ୍ଡ ଏବଂ ଏନ୍‌କ୍ୟାସ ସମ୍ବନ୍ଧୀୟ ବିରରଣୀ ଇସିକୁ ପ୍ରଦାନ କରାଯାଇଛି । 2019 ମସିହା ଏପ୍ରିଲ 1 ତାରିଖରୁ 2024 ମସିହା ଫେବୃଆରୀ 15 ତାରିଖ ମଧ୍ୟରେ ସମୁଦାୟ 22,217 ନିର୍ବାଚନ ବଣ୍ଡ କ୍ରୟ କରାଯାଇଥିଲା । ତେବେ 2019 ଏପ୍ରିଲ 1 ତାରିଖରୁ ଏପ୍ରିଲ 11 ତାରିଖ ମଧ୍ୟରେ ସମୁଦାୟ 3,346 ନିର୍ବାଚନୀ ବଣ୍ଡ କ୍ରୟ କରାଯାଇଥିଲା । ସେଥିମଧ୍ୟରୁ 1,609 ଟି ଏନକ୍ୟାସ କରାଯାଇଥିଲା ।

ଏସବିଆଇର ତଥ୍ୟ ଅନୁସାରେ, ଏପ୍ରିଲ୍ 1, 2019 ରୁ ଫେବୃଆରୀ 15, 2024 ମଧ୍ୟରେ 22,217 ବଣ୍ଡ କ୍ରୟ କରାଯାଇଥିଲା । ଏଥିମଧ୍ୟରୁ 22,030 ନିର୍ବଚନୀ ବଣ୍ଡକୁ ଦଳ ପକ୍ଷରୁ ଏନକ୍ୟାସ କରାଯାଇଥିଲା । ଯେଉଁ ବଣ୍ଡ ଏନକ୍ୟାସ କରାଯାଇ ନଥିଲା ତାହା ପିଏମ୍ ରିଲିଫ ପାଣ୍ଠିକୁ ହସ୍ତାନ୍ତର କରାଯାଇଥିଲା । ଏକ ପେନଡ୍ରାଇଭରେ ପାସଓ୍ବାର୍ଡ ସହ PDF ଫାଇଲ୍ ଆକାରରେ ଏସବିଆଇ ଇସିକୁ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ସୁପ୍ରିମକୋର୍ଟଙ୍କ ଛାଟ ପରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

ନିର୍ବାଚନୀ ବଣ୍ଡ ସ୍କିମକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ:ଗତ ଫେବୃଆରୀ 15 ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରି କେନ୍ଦ୍ରର ନିର୍ବାଚନୀ ବଣ୍ଡ ସ୍କିମକୁ ରଦ୍ଦ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ସହ 2019 ପରଠାରୁ କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଏସବିଆଇ ଜୁନ 30 ଯାଏଁ ସମୟ ମାଗିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏସବିଆଇର ଆବେଦନକୁ ଖାରଜ କରି ମଙ୍ଗଳବାର ଶେଷ ସମୟ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ଛାଟ ପରେ ଷ୍ଟେଟ ବ୍ୟାଙ୍କ ଗତକାଲି(ମଙ୍ଗଳବାର) ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details