ସିଲଭରସିଟି ପାଳିଲା ପଖାଳ ଦିବସ, ମାଛ ଭଜା-ବଡି ଚୁରା ସହ ନେଲେ ମଜା
🎬 Watch Now: Feature Video
କଟକ: ସିଲଭରସିଟିରେ ପାଳନ ହୋଇଛି ପଖାଳ ଦିବସ । ଆଜି ଗାଁଠୁ ସହର ସବୁଠି ମହକୁଛି ପଖାଳ କଂସା । ବିଶ୍ବ ପଖାଳ ଦିବସ ଅବସରରେ ଘର ହେଉ ଅବା ହୋଟେଲ ସବୁଠି ପଖାଳର ମଜା ନେଉଛନ୍ତି କଟକିଆ । କଟକର ବିଭିନ୍ନ ବଡ଼ ବଡ଼ ହୋଟେଲରେ ଏହି ଦିବସକୁ ବେଶ ଜାକଜମକରେ ପାଳନ କରାଯାଇଛି । ବଡ ବଡ ହୋଟେଲରେ ପଖାଳ ସାଙ୍ଗକୁ ଆଳୁ ଭଜା , ମାଛ ଭଜା , ବାଇଗଣ ଭର୍ତା ଓ ବିଭିନ୍ନ ଆଇଟମରେ ସଜେଇ ହୋଇଛି ପ୍ଲେଟ । ପଖାଳ ସହ ବିଭିନ୍ନ ପ୍ରକାର ଓଡିଆ ବ୍ୟଞ୍ଜନର ମଜା ନେଇଛନ୍ତି ଲୋକେ । ଦାମକୁ ଖାତିର ନକରି ପାରମ୍ପରିକ ପଖାଳର ମଜା ଉଠାଇଛନ୍ତି କଟକବାସୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST