thumbnail

By

Published : Feb 22, 2022, 4:45 PM IST

Updated : Feb 3, 2023, 8:17 PM IST

ETV Bharat / Videos

Panchayat Poll: ପିଙ୍କବୁଥରେ ଚାଲିଛି ଶାନ୍ତିଶୃଙ୍ଖଳା ସହ ମତଦାନ

ରାଇରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଇରଙ୍ଗପୁର ଉପଖଣ୍ଡର ୪ଟି ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଜାମଦା, ବହଳଦା, ତିରିଂ ଓ ରାଇରଙ୍ଗପୁର ବ୍ଲକରେ ରହିଛି ସ୍ବତନ୍ତ୍ର ମହିଳା ମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ। ତେବେ ରାଇରଙ୍ଗପୁର ବ୍ଲକର ରାଣିପାଳ ଗ୍ରାମରେ ରହିଛି ଏକ ପିଙ୍କ ବୁଥ । ଅତି ସୁନ୍ଦର ଭାବରେ ପିଙ୍କ୍ ବୁଥକୁ ସାଜସଜ୍ଜା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ମହିଳା ମାନେ ଲାଇନରେ ଆସି ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ମହିଳା ପ୍ରିଜାଇଡିଂ ଅଫିସର ସହିତ ମହିଳା ପୋଲିଂ ପାର୍ଟି ଓ ମହିଳା ପୋଲିସ ଭୋଟିଂ ବ୍ୟବସ୍ଥାକୁ ସୁରୁଖୁରୁରେ ନିୟନ୍ତ୍ରଣ କରୁଛନ୍ତି । ସେପଟେ ରାଣିପାଳ ଗ୍ରାମର ୧୩ ନଂ ୱାର୍ଡର ୱାର୍ଡ ମେମ୍ବର ପ୍ରାର୍ଥିନୀ ସାଲଗେ ମାରାଣ୍ଡିଙ୍କ ବିପକ୍ଷରେ କେହି ଲଢେଇ କରୁନଥିବାରୁ ସେ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.