thumbnail

By

Published : Mar 21, 2022, 7:22 PM IST

Updated : Feb 3, 2023, 8:20 PM IST

ETV Bharat / Videos

ଆଶୀର୍ବାଦ ପାଇଲେ ସହରକୁ ଏକ ନମ୍ବର କରିବି: ବ୍ରହ୍ମପୁର BJP ମେୟର ପ୍ରାର୍ଥିନୀ

ବ୍ରହ୍ମପୁର: ସହରବାସୀଙ୍କ ଆଶୀର୍ବାଦ କୃପା ହେଲେ ବ୍ରହ୍ମପୁରକୁ ଏକ ନମ୍ବର ସହରରେ ପରିଣତ କରିବି ବୋଲି କହିଛନ୍ତି ବିଜେପି ମେୟର ପ୍ରାର୍ଥିନୀ । ଗତ ୨୨ବର୍ଷ ମଧ୍ୟରେ ବ୍ରହ୍ମପୁର ସହରରେ ସେଭଳି ଆଖି ଦୃଶିଆ ବିକାଶ ହୋଇପାରିନଥିବା ବେଳେ ସହରବାସୀ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛନ୍ତି । ପାନୀୟଜଳ ଠାରୁ ରାସ୍ତା ଓ ନାଳ ନର୍ଦମା ସମସ୍ୟା ରହିଥିବା ବେଳେ ଏଠାରେ ରହିଥିବା ବସ୍ତି ଅଞ୍ଚଳର ବାସିନ୍ଦାଙ୍କ ଦାବି ପୂରଣ ହୋଇନାହିଁ । ସେମାନଙ୍କୁ ଘରର ପଟ୍ଟା ମିଳିପାରି ନାହିଁ । ଏଣୁ ଏହାକୁ ନେଇ ଅତିଷ୍ଟ ହୋଇ ରହିଥିବା ସହରବାସିନ୍ଦା ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ମେୟର ପ୍ରାର୍ଥିନୀ ଡ.ସବିତା ସୁଆର ପାଣିଗ୍ରାହୀ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଦେଖନ୍ତୁ ସାକ୍ଷାତକାର
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.