Good Video: ୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର, ଦେଖିବାକୁ ପ୍ରବଳ ଭିଡ

By

Published : Apr 11, 2022, 9:29 PM IST

Updated : Feb 3, 2023, 8:22 PM IST

thumbnail

ଥିରୁଅନନ୍ତପୁରମ: କେରଳର ଏର୍ନାକୁଲମ ଜିଲ୍ଲାର କୋଥାମଙ୍ଗାଲାମରୁ ଏକ ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ଗତକାଲି (ରବିବାର) ସନ୍ଧ୍ୟାରେ ଏହି ଅହିରାଜକୁ ବନ ବିଭାଗ ଉଦ୍ଧାର କରିଛି । ୧୨ ଫୁଟ ଲମ୍ବର ଏହି ସାପଟି କୋଥାମଙ୍ଗଲାମର କୁଟ୍ଟପାନ ଗୋପାଳଙ୍କ ଜମିରୁ ଉଦ୍ଧାର କରାଯାଇଥିଲା । ତେବେ କୋଡନାଡ ସେକ୍ସନ ଫରେଷ୍ଟ ଅଫିସର ଜେ.ବି ସାବୁଙ୍କ ନେତୃତ୍ୱରେ ଏକ ଟିମ ଏକ ସାହସିକ ପଦକ୍ଷେପ ନେଇ ଅହିରାଜକୁ ଏକ ଜାଲରୁ ଉଦ୍ଧାର କରିଥିଲେ । ସେହିପରି ସାପଟିକୁ ଦେଖିବା ପାଇଁ ଅନେକ ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏପଟେ ସାପଟିକୁ ଉଦ୍ଧାର କରିବା ପରେ ବନ ବିଭାଗ ସାପଟିକୁ ଜଙ୍ଗଲକୁ ଛାଡି ଦିଆଯାଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.