ଯୁବକଙ୍କୁ ଟ୍ରକ୍ ଡାଲାରେ ବାନ୍ଧି ପକାଇଦେଲେ ଡ୍ରାଇଭର ହେଲ୍ପର, ବାନ୍ଧିଲା ପୋଲିସ - ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର
🎬 Watch Now: Feature Video
ପାରାଦ୍ବୀପ: ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧି ଟ୍ରକ୍ଡାଲାରେ ପକାଇ ଦେଲେ ହେଲ୍ପର୍ ଓ ଟ୍ରକ୍ ଡ୍ରାଇଭର୍ । ପାରାଦ୍ବୀପ ଉଦୟବଟ ଅଞ୍ଚଳରେ ଏଭଳି ଭିଡିଓ ଦେଖିବାକୁ ମିଳିଛି । ଏହି ଘଟଣା ନଜରକୁ ଆସିବା ପରେ ମାର୍ଶାଘାଇ ପୋଲିସ ହେଲ୍ପର୍ ଓ ଟ୍ରକ୍ ଡ୍ରାଇଭର୍ଙ୍କୁ ପାରାଦ୍ବୀପ ଲକ୍ ଥାନା ପୋଲିସକୁ ହସ୍ତାନ୍ତର କରିଛି । ପାରାଦ୍ବୀପ ଲକ୍ ଥାନା ପୋଲିସ ହେଲ୍ପର୍ ଓ ଟ୍ରକ୍ ଡ୍ରାଇଭର୍କୁ ଗିରଫ କରିବା ସହ ଟ୍ରକ୍କୁ ଜବତ କରିଛି । କିଛି ଦିନ ପୂର୍ବରୁ ମୋବାଇଲ୍ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ୍ ଆଗରେ ବାନ୍ଧି ବୁଲାଇବା ଘଟଣା ଭିଡିଓ ଭାଇରାଲ୍ ହୋଇଥିଲା । ପରବର୍ତ୍ତୀ ସମୟରେ ଟ୍ରକ୍ ଡ୍ରାଇଭରକୁ କେନ୍ଦୁଝରରୁ ଗିରଫ କରାଯାଇଥିଲା । ବର୍ତ୍ତମାନ ପୁନଃ ଏଭଳି ଏକ ଭିଡିଓ ଖୋଲାଖୋଲି ଭାବରେତ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଉଛି ।