ମା’ ଦୁର୍ଗାଙ୍କ ରିଭର୍ସ ପେଣ୍ଟିଂ କରି ପୁଣି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ଆୟୁଷ - reverse painting

🎬 Watch Now: Feature Video

thumbnail

By

Published : Oct 5, 2022, 9:01 PM IST

ପୁରୀ: ପବିତ୍ର ବିଜୟ ଦଶମୀ ଅବସରର ମା’ ଦୁର୍ଗାଙ୍କର ରିଭର୍ସ ପେଣ୍ଟିଂ କରି ପୁଣି ଚର୍ଚ୍ଚା ରେ ଯୁବ ଚିତ୍ରଶିଳ୍ପୀ ଆୟୁଷ । ପୁଣି ଓଲଟା ଚିତ୍ର ଆଙ୍କି ଚର୍ଚ୍ଚାରେ ପୁରୀର ଯୁବ ଚିତ୍ର ଶିଳ୍ପୀ ଆୟୁଷ ମହାପାତ୍ର। ଆଜି ପବିତ୍ର ବିଜୟ ଦଶମୀ ଅବସରରେ ଆୟୁଷ ମା ଦୁର୍ଗାଙ୍କର ରିଭର୍ସ ପେଣ୍ଟିଂ କରିଛନ୍ତି। ମା ଦୁର୍ଗାଙ୍କ ଭଜନରୁ ଆୟୁଷ ରିଭର୍ସ ସ୍ପିଡ ପେଣ୍ଟିଂ ଆରମ୍ଭ କରିଥିଲେ । ଭଜନ ଶେଷ ହେବା କ୍ଷଣି ଆୟୁଷଙ୍କ ଏହି ସ୍ପିଡ ପେଣ୍ଟିଂ ଶେଷ ହୋଇଥିଲା । ଏହି ପେଣ୍ଟିଂ ସେ ମାତ୍ର ୭ ମିନିଟରେ ଶେଷ କରିଥିଲେ । ନିଜ ଦୁଇ ହାତରେ ଏବଂ ଓଲଟା ଚିତ୍ର କରିଥିଲେ। ପୁରୀ ମଧୁବନ ୫ମ ଲେନର ଯୁବ ଶିଳ୍ପୀ ହେଉଛନ୍ତି ଆୟୁଷ । ପୂର୍ବରୁ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ନାଇଜେରିଆ ସରକାରଙ୍କ ଦ୍ବାରା ଆୟୁଷ ପୁରସ୍କୃତ ହୋଇଛନ୍ତି । ଏହାସହ ସେ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀ ଗଣେଶ ଓ ମା ସରସ୍ବତୀଙ୍କ ଓଲଟା ପେଣ୍ଟିଂ କରି ବେଶ ପ୍ରଶଂସିତ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.