ଦିଲ୍ଲୀ ପାଇଁ ମେଡାଲ ଜିତିଲି, ହେଲେ ମୁଖ୍ୟମନ୍ତ୍ରୀ କୌଣସି ସହାୟତା କଲେ ନାହିଁ: ରେସଲର ଦିବ୍ୟା
🎬 Watch Now: Feature Video
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଫ୍ରିଷ୍ଟାଇଲ ୬୮ କେଜିରେ ଦିବ୍ୟା କାକ୍ରନ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି । ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ୟୁପି ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି । ହେଲେ ଦିଲ୍ଲୀ ବାସିନ୍ଦା ହୋଇ ମଧ୍ୟ ଦିଲ୍ଲୀ ସରକାର ଯେଉଁ ଭଳି ଭାବେ ତାଙ୍କୁ ଅବହେଳା କଲେ, ସାହାଯ୍ୟ ମାଗିବା ସତ୍ତ୍ୱେ କୌଣସି ସହାୟତା ଦେଲେ ନାହିଁ, ତାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ଦିବ୍ୟା । ନିଜ ଅତୀତର ସଂଘର୍ଷ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହ ଘଟିଥିବା ଘଟଣା ଓ ପାତର ଅନ୍ତରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ୟୁପି ସରକାର ସମର୍ଥନ ସହଯୋଗ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି । ଦେଖନ୍ତୁ କଣ କହୁଛନ୍ତି ରେସଲର ଦିବ୍ୟା ।