ଝାରସୁଗୁଡ଼ାରେ ବିଶ୍ଵ ପରିବେଶ ଦିବସ ପାଳିତ - ଝାରସୁଗୁଡ଼ା ଖବର
🎬 Watch Now: Feature Video
ଝାରସୁଗୁଡ଼ା: ହଂସାମୁରା କଣ୍ଟାପାଲି ଠାରେ ଆଜି(ରବିବାର) ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ନିଜ ବକ୍ତବ୍ୟରେ 'ସୁନ୍ଦର ପୃଥିବୀ ସୁନ୍ଦର ରହୁ, ମାନବ ସଭ୍ୟତା ବଞ୍ଚିଥାଉ' ସ୍ଲୋଗାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସପି ରାହୁଲ ଜୈନଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଯୋଗଦେଇ ବିଶ୍ଵ ପରିବେଶ ଦିବସ ପାଳନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନେ ମାନବ ସମାଜ ପ୍ରତି ପରିବେଶର ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା