thumbnail

By

Published : May 4, 2022, 6:57 PM IST

Updated : May 4, 2022, 7:32 PM IST

ETV Bharat / Videos

ପାଳନ ହେଉନି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ, ଜାରି ରହିବ ଅଭିଯାନ: ରାଜ ଠାକରେ

ମୁମ୍ବାଇ: ବାରମ୍ବାର କାର୍ଯ୍ୟାନୁଷ୍ଠାନ ଧମକ ପରେ ମଧ୍ୟ ଲାଉଡସ୍ପିକର ବିବାଦ ନେଇ ନିଜ ମୁହଁ ବନ୍ଦ କରିବାକୁ ପ୍ରସ୍ତୁତ ନାହାନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ । ରାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପୁଣି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ରାଜ କହିଛନ୍ତି ମାତ୍ର 35 ରୁ 56 ଡେସିବେଲ ତୀବ୍ରତା ମଧ୍ୟରେ ଲାଉଡସ୍ପିକର ଲଗାଯାଇ ପାରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ ମଧ୍ୟ ଏହା ପାଳନ କରାଯାଉନାହଁ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁଥିବା ଧର୍ମାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଏହା ବିରୋଧରେ ସ୍ବର ଉଠାଉଥିବାରୁ ତାଙ୍କ ଉପରେ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେପର୍ଯ୍ୟନ୍ତ ସରକାର ଏନେଇ କାର୍ଯ୍ୟାନୁଷ୍ଠାନ ନନେଇଛନ୍ତି, ସେ ପର୍ଯ୍ୟନ୍ତ ସେ ତାଙ୍କର ଅଭିଯାନ ମଧ୍ୟ ରଖିବେ ବୋଲି ରାଜ ସ୍ପଷ୍ଟ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 4, 2022, 7:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.