କଳାହାଣ୍ଡିରେ ଲଗାଣ ବର୍ଷା, ୭ ଦିନ ଧରି ଜଳବନ୍ଦୀ ଲୋକେ
🎬 Watch Now: Feature Video
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଭବାନୀପାଟଣାରେ ସର୍ବାଧିକ ୬୫ ମିମି ବର୍ଷା ରେକର୍ଡ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବା ବେଳେ ଜିଲ୍ଲାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଗତ ୭ ଦିନର ଲଗାଣ ବର୍ଷା ଯୋଗୁଁ ଭବାନୀପାଟଣା ସହର ନିକଟରେ ଥିବା ହିଲଟାଉନ ସାଇନଗରରେ ଲହଡି ଭାଙ୍ଗୁଛି ବର୍ଷାପାଣି । ସାଇନଗର ଲେନ ନଂ୪ରେ କୌଣସି ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଜମା ହୋଇ ରହିଛି । ଅଞ୍ଚଳରେ ୩ ଫୁଟ ପାଣି ରହିଥିବା ବେଳେ ଲୋକେ ୭ ଦିନ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି । ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମି ଦୂରରେ ଏଭଳି ସମସ୍ୟା ଉପୁଜୁଛି । ଇଟିଭି ଭାରତ, କଳାହାଣ୍ଡି