ନାଚୁଛନ୍ତି ନାଗନାଗୁଣୀ, ଦେଖିବାକୁ ପ୍ରବଳ ଭିଡ - ନବରଙ୍ଗପୁର ଖବର
🎬 Watch Now: Feature Video
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ସହରରେ ନାଗ ନାଗୁଣୀ ଖେଳୁଥିବାର ଦେଖିବାକୁ ମିଳିଛି । ତେବେ ନାଗନାଗୁଣୀ ଖେଳ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ କିଛି ଲୋକ ଏହି ମନୋରମ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଗତ କିଛିଦିନ ପୂର୍ବେ ଇନ୍ଦ୍ରାବତୀ ଥାନାରେ କାର୍ଯ୍ୟରତ ହୋମଗାର୍ଡ ପ୍ରତାପ ଚୌଧୁରୀଙ୍କ ବାଡିରେ ନାଗ ନାଗୁଣୀ ଖେଳୁଥିବାର ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ