ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବରଗଡ଼ ଟାଉନ ଥାନା ଅଧିକାରୀ, ଭାଇରାଲ ଭିଡ଼ିଓ - ଭାଇରାଲ ଭିଡ଼ିଓ

🎬 Watch Now: Feature Video

thumbnail

By

Published : Sep 28, 2022, 8:07 PM IST

ବରଗଡ: ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପୋଲିସ ଅଧିକାରୀ । ବାଘକୁ କାବୁ କରିବା ସମୟରେ ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବରଗଡ ଟାଉନ ଥାନା ଅଧିକାରୀ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ କାର୍ଯ୍ୟରତ ଥିବା ସମୟରେ ଥାନା ପାଖ ଏକ ଗ୍ରାମରେ ବାଘ ସହ ମୁହାଁ ମୁହିଁ ହୋଇଥିଲେ ପୋଲିସ ଅଧିକାରୀ ସତ୍ୟଜିତ କଣ୍ଡେଲକର । ପୋଲିସ ଅଧିକାରୀ ଜଣକ ବାଘ ଘଉଡେଇବା ପାଇଁ ଜନୈକ ବ୍ୟକ୍ତିଙ୍କ ଛପର ଘର ଉପରେ ଚଢିଥିଲେ । ଏହି ସମୟରେ ବାଘଟି ହଠାତ୍ ଘରର ଛପର ଭିତରୁ ବାହାରି ଥାନା ଅଧିକାରୀଙ୍କ ଉପରକୁ ଲମ୍ଫ ମାରିଥିଲା । ତେବେ ପୋଲିସ ଅଧିକାରୀଙ୍କ ଜଣକ ଘର ଉପରୁ ତଳକୁ ଡ଼େଇଁ ପଡ଼ିଥିଲେ । ଫଳରେ ବାଘର ଆକ୍ରମଣରୁ ରକ୍ଷା ପାଇ ଯାଇଥିଲେ l ତେବେ ଏଠାରେ ପୁଣିଥରେ କହି ରଖୁଛୁ ଏହା ବଲାଙ୍ଗୀର ଜିଲ୍ଲା ତୁରେକେଲାର ଘଟଣା । ତେବେ ଏହି ପୁରୁଣା ଭିଡିଓଟି ଏବେ ବରଗଡ଼ରେ ବେଶ୍ ଭାଇରାଲ ହେବାର ଲାଗିଛି । ବରଗଡ଼ବାସୀ ଏହି ସାହାସିକତାର ଭାଇରଲ ଭିଡ଼ିଓ ଦେଖି ବେଶ ପ୍ରଶଂସା କରିଛନ୍ତି l ଦେଖନ୍ତୁ ଭାଇରାଲ ଭିଡ଼ିଓ ଇଟିଭି ଭାରତ, ବରଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.