ଗଙ୍ଗୋତ୍ରୀ ଧାମରୁ ରାମେଶ୍ବରମ ୩ ସାଧୁଙ୍କ ଦଣ୍ଡବତ ଯାତ୍ରା, ଦୂରତା ଜାଣିଲେ ହେବେ ତାଜୁବ

🎬 Watch Now: Feature Video

thumbnail
ଡେରାଡୁନ: ଶ୍ରାବଣ ମାସରେ ଶିବ ଭକ୍ତଙ୍କ ଅନେକ ଚକିତ କଲା ପରି ଘଟଣା ଦେଖିବାକୁ ମିଳେ । ଉତ୍ତରାଖଣ୍ଡର ଉତ୍ତରାକାଶୀରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି । ମାନବ ସମାଜର କଲ୍ୟାଣ ପାଇଁ ମଧ୍ୟପ୍ରଦେଶର ୩ ସାଧୁ ଗଙ୍ଗୋତ୍ରୀ ଧାମରୁ ପାଣି ଉଠାଇ ରାମେଶ୍ବରମ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି । ଏହି ତିନି ସାଧୁ ଗଙ୍ଗା ଜଳ ସହିତ ସେତୁବନ୍ଧ ରାମେଶ୍ବରମ ଧାମକୁ ଯାତ୍ରା କରିଛନ୍ତି । ବର୍ଷାରେ ମଧ୍ୟ ଏହି ସାଧୁମାନେ ରାସ୍ତାରେ ଯାତ୍ରା ଜାରି ରଖିଛନ୍ତି । ତେବେ ଗତ ଜୁଲାଇ ୨୯ରେ ଏହି ୩ ସାଧୁ ଗଙ୍ଗା ଜଳ ଭରି ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରା ସମାପ୍ତ ହେବା ପରେ ଜଳାଭିଷେକ ତାମିଲନାଡୁ ରାମେଶ୍ବରମ ଧାମରେ କରିବେ । ଏହି ଦୁଇ ଧାମ ମଧ୍ୟରେ ଦୂରତା ୩୦୦୦ କି.ମିରୁ ଅଧିକ ବୋଲି ଜଣାପଡ଼ିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.