thumbnail

By

Published : Sep 17, 2022, 7:37 PM IST

ETV Bharat / Videos

ଚାନ୍ଦିପୁରରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଶୁଭାରମ୍ଭ

ବାଲେଶ୍ଵର : ସ୍ବାଧୀନତାର ଅମୃତ କାଳରେ ଦେଶ ପାଳନ କରୁଥିବା ଅମୃତ ମହୋତ୍ସବକୁ ଅଧିକରୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ "ସ୍ବଚ୍ଛ ସାଗର ସୁରକ୍ଷିତ ସାଗର" ସେଥିରେ ଅନ୍ତର୍ଭୁକ୍ତ । ଭାରତର ବଛାବଛା ୭୫ଟି ସମୁଦ୍ର ତଟକୁ ଅନ୍ତର୍ଗତ କରି ଏହାର ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଦ୍ବାରା ଚୟନ କରାଯାଇଥିବା ୭୫ଟି ସମୁଦ୍ର ତଟ ମଧ୍ୟରେ ଚାନ୍ଦିପୁରକୁ ସାମିଲ କରାଯାଇଛି । ଏହି କ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦ୍ଵାରା ଚାନ୍ଦିପୁର ବେଳାଭୂମିରେ "ସ୍ବଚ୍ଛ ସାଗର ସୁରକ୍ଷିତ ସାଗର" ଯୋଜନାର ଶୁଭାରମ୍ଭ କରାଯାଇଛି । ସାଂସଦ ଓ କର୍ମୀମାନେ ଚାନ୍ଦିପୁର ବେଳାଭୂମିର ଅଳିଆ ସଫା କରିବା ସହ ସବୁଦିନ ସଫା ସୁତୁରା ରଖିବା ପାଇଁ ଆହ୍ବାନ ଦିଆଯାଇଥିଲା । ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.