Ind Vs SA 2nd T20: LED ସ୍କ୍ରିନ୍ରେ ଟି-୨୦ ମ୍ୟାଚର ମଜା ନେଉଛନ୍ତି ଦର୍ଶକ - ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ ମ୍ୟାଚ୍
🎬 Watch Now: Feature Video
କଟକ: ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ୍ ଜାରି ରହିଛି । ଷ୍ଟାଡିୟମ ଭିତରେ ମ୍ୟାଚ୍ ଦେଖିବାରୁ ଅନେକ ଦର୍ଶକ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ପାଇଁ ଓସିଏ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ LED ସ୍କ୍ରିନ୍ର ବ୍ୟବସ୍ଥା କରିଛି । ଉପର ବାଲିଯାତ୍ରା ପଡ଼ିଆରେ LED ସ୍କ୍ରିନ୍ରେ ମ୍ୟାଚ୍ର ମଜା ନେଉଛନ୍ତି ଦର୍ଶକ । ଟିକେଟ ପାଇନଥିବା ଦର୍ଶକ ଏଠାରେ ପହଞ୍ଚି ମ୍ୟାଚ୍ର ଲୁପ୍ତ ଉଠାଉଛନ୍ତି । ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ।
TAGGED:
Ind Vs SA 2nd T20 match