Sambalpuri Day: ଝାରସୁଗୁଡ଼ାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ, ନାଚଗୀତରେ ଝୁମୁଛନ୍ତି ଜିଲ୍ଲାବାସୀ - ନାଚଗୀତରେ ଝୁମିଲେ ଝାରସୁଗୁଡ଼ାବାସୀ
🎬 Watch Now: Feature Video
ଝାରସୁଗୁଡ଼ା: ଆଜି ହେଉଛି ସମ୍ବଲପୁରୀ ଦିନ । ପ୍ରତିବର୍ଷ ଅଗଷ୍ଟ 1 ତାରିଖରେ ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ଏହି ଦିବସକୁ ପାଳନ କରାଯାଉଛି । ସାରା ପଶ୍ଚିମ ଓଡ଼ିଶାରେ ଏହି ଦିବସକୁ ପାରମ୍ପାରିକ ବସ୍ତ୍ର, ନାଚ, ଗୀତ, ବାଦ୍ୟର ତାଳେ ତାଳେ ପାଳନ କରାଯାଉଥିବା ବେଳେ ଏହି ଦିବସକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଉଦଘାଟିତ କରାଯାଇଛି । ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ଷ୍ଟାର ଯୋଗଦେଇଛନ୍ତି । ତେବେ ଏହି ଅବସରରେ ଆମ ଇଟିଭି ଭାରତ ପ୍ରତିନିଧି ଗୁରୁଚରଣ ବାଘ ଜିଲ୍ଲାବାସୀ ଓ ଆୟୋଜକଙ୍କ ସହ ଅଧିକ ଆଲୋଚନା କରିଛନ୍ତି। ଇଟିଭି ଭାରତ, ଝାରସୁଗୁଡା