thumbnail

By

Published : Jul 21, 2022, 4:23 PM IST

ETV Bharat / Videos

Presidential Election: ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ ମୁର୍ମୁ ! ବିଜୟ ଲାଗି ଆସିଲା ନୂଆ ଗୀତ

କଟକ: ଜଣେ ଓଡ଼ିଆ ଆଦିବାସୀ ମହିଳା ଦୌପ୍ରଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି । ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ଖୁସିରେ ମାହାଲ । ଦୌପ୍ରଦୀଙ୍କ ବିଜୟ ଲାଗି ଆସିଲା ନୂଆ ଗୀତ । ଗୀତରେ ଗୀତରେ ଅଭିନନ୍ଦନ ଜଣାଇଲେ କଣ୍ଠଶିଳ୍ପୀ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଚାରିଆଡେ ଉତ୍ସବ ପାଳନ ହେଉଥିବା ବେଳେ ତାଙ୍କ ବିଜୟକୁ ନେଇ ଏକ ଗୀତ ରେକଡ଼ିଂ ହୋଇଛି । କଟକ ଝାଞ୍ଜିର ମଙ୍ଗଳା ଏସ.ଏସ ଷ୍ଟୁଡ଼ିଓରେ ଏହି ଗୀତ ରେକଡ଼ିଂ ହୋଇଥିବା ବେଳେ ଏହି ଗୀତକୁ ଗାଇଛନ୍ତି ଜଲିଉଡ଼ ସିଙ୍ଗର କୁମାର ସୋନୁ । ବିଭୁତି ସ୍ବାଇଁ ଗୀତ ଲେଖିଥିବା ବେଳେ ସ୍ବର ସଜାଇଛନ୍ତି ସୁଧାଂଶୁ କୁମାର ସୁବୁଦ୍ଧି । ଆଦିବାସୀ ମହିଳା ଓଡ଼ିଶାର ସ୍ବାଭିମାନ ପାଇଁ କାମ କରି ରାଷ୍ଟ୍ରପତି ହେବା ପରେ ଓଡିଶା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଏଣୁ ତାଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇବାକୁ ଏହି ଗୀତ ରେକର୍ଡ କରାଯାଇଛି ବୋଲି କହିଛନ୍ତି ଗୀତିକାର ଏବଂ କଣ୍ଠଶିଳ୍ପୀ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.