ମୃତ୍ୟୁର ୪ ଦିନ ପରେ ଉଠିଲା ବୃଦ୍ଧଙ୍କ କୋକେଇ, ମୃତଦେହ ସତ୍କାର କଲେ ସମାଜସେବୀ - ମୃତଦେହ ସତ୍କାର କଲେ ସମାଜସେବୀ
🎬 Watch Now: Feature Video
ସ୍ବାମୀର ମୃତ୍ୟୁ ହେବାର ଚାରିଦିନ ପରେ ଜାଣିଲା ସ୍ତ୍ରୀ । ସମ୍ପର୍କୀୟ ନଥିବାରୁ ମୃତଦେହ ସତ୍କାର କଲେ ସମାଜସେବୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ମାଟିଆଳପଦା ଗ୍ରାମରେ । ଗ୍ରାମର 90 ବର୍ଷୀୟ ବୃଦ୍ଧ ଲକ୍ଷ୍ମଣ ସେନାପତିଙ୍କ 4 ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ରମ୍ଭାମଣୀଙ୍କ ଛଡା କେହି ନଥିବାରୁ ସେ ମଧ୍ୟ ସ୍ବାମୀଙ୍କ ମୃତ୍ୟ କଥା ଜାଣି ପାରି ନଥିଲେ । ମୃତ୍ୟୁର 4ଦିନ ପରେ ଘରୁ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ, ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଯୁବ ସମାଜସେବୀ ରାଜେଶ ମହାକୁଡ଼ ଖବର ପାଇବା ପରେ ଏକ ଜେସିବି ଦ୍ୱାରା ଗାତ ଖୋଳି ଗ୍ରାମବାସୀଙ୍କ ସହଯୋଗରେ ଲକ୍ଷ୍ମଣଙ୍କ ମୃତେଦେହ ସତ୍କାର କରିଥିଲେ । ଏହାପରେ ତାଙ୍କର ସମସ୍ତ କ୍ରିୟା ନିଜସ୍ୱ ଚେଷ୍ଟାରେ କରିବେ ବୋଲି ଜଣାପଡ଼ିଛି ।