କୃଷି ବିଲ ସଂସଦରେ ଚର୍ଚ୍ଚାବେଳେ ଅନୁପସ୍ଥିତ ଥିଲେ ରାହୁଲ: ସ୍ମୃତି ଇରାନୀ
🎬 Watch Now: Feature Video
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ସାରା ଦେଶର କୃଷକ ଏବେ ରାଜରାସ୍ତାରେ । ଆଇନ ପ୍ରତ୍ୟାହାର ପାଇଁ ଅଡି ବସିଛନ୍ତି କିଶାନ ସଂଗଠନ । ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଗତ ମଙ୍ଗଳବାର ସାରା ଭାରତ ବନ୍ଦ ଡାକରା ଦେଇଥିଲା କୃଷକ ସଂଗଠନ । କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ 22 ଟି ରାଜନୈତିକ ଦଳ ସମର୍ଥନ କରିଥିଲେ । ତେବେ ଭାରତ ବନ୍ଦକୁ ନେଇ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କଡା ସମାଲୋଚନା କରିଛନ୍ତି । 3 ଟି କୃଷି ଆଇନ ଦେଶର ସଂସଦରେ ବ୍ୟାପକ ଚର୍ଚ୍ଚା ଆଲୋଚନା ପରେ ପାରିତ ହୋଇଛି । କିନ୍ତୁ ସଂସଦରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଅନୁପସ୍ଥିତ ଥିଲେ । ଏବେ ରାଜନୀତି କରୁଛନ୍ତି କହିଛନ୍ତି ମନ୍ତ୍ରୀ ଇରାନୀ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । ଦେଖନ୍ତୁ ମନ୍ତ୍ରୀ ଅଧିକ କଣ କହୁଛନ୍ତି । ...