thumbnail

By

Published : Oct 9, 2022, 4:35 PM IST

ETV Bharat / Videos

ସମଲେଇ ଯାତ୍ରାରେ ସାମରିକ କଳାରେ ଭରପୁର ବାଡିଖେଳ ପ୍ରଦର୍ଶିତ

ସୁବର୍ଣ୍ଣପୁର: ସହରରେ ଯାଦବ ସମାଜ ପକ୍ଷରୁ ସାମରିକ କଳାରେ ଭରପୁର ପାରମ୍ପରିକ ବାଡିଖେଳର ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ନାବାଳକ, ଯୁବକ ତଥା ପ୍ରୌଢ ବ୍ୟକ୍ତି ବିଶେଷ ଏହି ପାରମ୍ପରିକ ବାଡିଖେଳରେ ନିଜକୁ ସାମିଲ କରିଛନ୍ତି । ସମ୍ବଲପୁରୀ ଲୋକବାଦ୍ୟର ତାଳେ ତାଳେ ଏହି ବାଡିଖେଳ ପ୍ରଦର୍ଶନ କରି ଯାଦବ କଳାକାରମାନେ ବେଶ ଉତ୍ସାହିତ ହୋଇଛନ୍ତି । ସମଲେଇ ମନ୍ଦିରରୁ ଦେବୀ ମା ବୁଢୀ ସମଲେଇ ପର୍ଯ୍ୟନ୍ତ ଯାଦବଙ୍କ ଆଧ୍ୟାତ୍ମିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଡିଖେଳ କଳାକାର ନିଜକୁ ସାମିଲ କରିଥିଲେ । ଦେବୀ ମା ସମଲେଇଙ୍କ ଠାରେ ପୂଜା ଆରାଧନା ପରେ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିଲା । ଦେବୀ ମା ବୁଢୀ ସମଲେଇଙ୍କ ମନ୍ଦିରକୁ ପହଞ୍ଚିବା ପରେ ଯାଦବ କୂଳ ପ୍ରାର୍ଥନା କରିଥିଲେ । ସମାଜର ମଙ୍ଗଳ ପାଇଁ ଆର୍ଥିକ, ସାମାଜିକ ଓ ରାଜନୈତିକ ସହଯୋଗ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.