Hanuman Jayanti 2022: ବାଲୁକା କଳାରେ ହନୁମାନ ଜୟନ୍ତୀ ଶୁଭେଚ୍ଛା

By

Published : Apr 14, 2022, 8:37 AM IST

thumbnail
ପୁରୀ: ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀର ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଶ୍ରୀ ହନୁମାନଙ୍କ ଏକ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ସେ । ହନୁମାନ ସଙ୍କଟ ମୋଚନ ନାମରେ ପ୍ରସିଦ୍ଧ । ଏ ଅବସରରେ ଶିଳ୍ପୀ ମାନସ ପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ପ୍ରଭୁ କୋରୋନା ରୂପି ସଙ୍କଟ ଏବଂ ସାରା ପୃଥିବୀରେ ଚାଲିଥିବା ସମସ୍ୟାକୁ ଦୁର କରି ଶାନ୍ତି ପ୍ରତିଷ୍ଠା କରନ୍ତୁ । ଏହି ବାଲୁକା କଳାଟି 17 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 12 ଟନ ବାଲି ଉପଯୋଗ କରାଯାଇଛି | ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲିଗିଥିଲା । ଏଥିରେ ଓଡ଼ିଆ ନୂତନ ବର୍ଷର ଅଭିନନ୍ଦନ ଦେବା ସହିତ ହନୁମାନ ଜୟନ୍ତୀର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.