ସଡକ ଦୁର୍ଘଟଣା ରୋକିବା ପାଇଁ ଛାତ୍ରୀଙ୍କ ସ୍ବତନ୍ତ୍ର ପ୍ରକଳ୍ପ - ସଡକ ଦୁର୍ଘଟଣା ରୋକିବା ପ୍ରକଳ୍ପ
🎬 Watch Now: Feature Video
ବ୍ରହ୍ମପୁର: ଦିନକୁ ଦିନ ଦୁର୍ଘଟଣା ହାର ବୃଦ୍ଧି ପାଉଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦୁର୍ଘଟଣା ଘଟୁଥିବା ବେଳେ ଗାଡି ଚାଳକ କ୍ଲାନ୍ତ ହୋଇପଡିବା ଯୋଗୁଁ ଗାଡି ଚଲାଇବା ସମୟରେ ନିଦ ଆସିବା ହେଉ ବା ସାମ୍ନାପଟୁ ଆସୁଥିବା ଗାଡିର ଅପର୍ ଲାଇଟ୍ ପଡିବା ଯୋଗୁଁ ଘଟିଥାଏ ଦୁର୍ଘଟଣା । ଆଉ ଏହି ସମସ୍ତ ପ୍ରକାର ଦୁର୍ଘଟଣକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ଆଦିଶ୍ରୀ ରାଉତ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ପ୍ରକଳ୍ପ । ସେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ କିପରି ଘାଟିର ଅନ୍ଧାରିଆ ଓ ବୁଲାଣି ରାସ୍ତାରେ ଦୁର୍ଘଟଣାକୁ ରୋକା ଯାଇପାରିବ ତାହାକୁ ନେଇ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହୋଇଥିବା ପ୍ରାଦେଶିକ ବିଜ୍ଞାନ ମେଳାରେ ପ୍ରଦର୍ଶିତ କରିଥିଲେ । କନ୍ଧମାଳ ଜିଲ୍ଲାରୁ ଆସିଥିବା ଦଶମ ଶ୍ରେଣୀର ଛାତ୍ରୀ ସ୍ୱାଗତିକ ପ୍ରଧାନ ମଧ୍ୟ ସ୍ମାର୍ଟ ସିଟିରେ କିପରି ଦୁର୍ଘଟଣାକୁ ରୋକା ଯାଇପାରିବ, ଦୁର୍ଘଟଣା ଘଟିଥିବା ସ୍ଥାନକୁ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିପାରିବ ଏକ ପ୍ରକଳ୍ପ ମାଧ୍ୟମରେ ଦର୍ଶାଇଥିଲେ । ଏହି ଅବସରରେ ସେମାନଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର