ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା, ଜୀବନ ରକ୍ଷାକଲେ RPF ଯବାନ - ଭୁବନେଶ୍ବରରେ ମହିଳାଙ୍କ ଜୀବନ ରକ୍ଷାକଲେ ଆରପିଏଫ ଯବାନ
🎬 Watch Now: Feature Video
ଭୁବନେଶ୍ବର: ବଡ ଅଘଟଣରୁ ବର୍ତ୍ତିଲେ ମହିଳା । ଚଳନ୍ତା ଟ୍ରେନରୁ ଖସିପଡିବା ବେଳେ ଉଦ୍ଧାର କଲେ ଆରପିଏଫ ଯବାନ । ଏବେ ଏହାକୁ ନେଇ ଛୁଟୁଛି ଶୁଭେଚ୍ଛାର ସୁଅ । ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପଲାସା କଟକ ପାସେଞ୍ଜର ଟ୍ରେନରେ ଇଚ୍ଛାପୁରମ୍ରୁ ଭୁବନେଶ୍ୱର ଆସିଥିଲେ ଦୁଇ ଜଣ ମହିଳା ଓ ତାଙ୍କ ଦୁଇ ପୁଅ । ହେଲେ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ ରୋକିବା ପୁର୍ବରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ମହିଳା । ପ୍ଲାଟ ଫର୍ମ ୩ରେ ଟ୍ରେନରୁ ଓହ୍ଲାଉଥିବା ସମୟରେ ଗୋଟ ଟ୍ରାକ୍ ଭିତରକୁ ପଶି ଯାଇଥିଲା । ମାତ୍ର ଚଳନ୍ତା ଟ୍ରେନ ଟ୍ରାକ ଭିତରକୁ ଗୋଡ ପଶିବା ପୁର୍ବରୁ ସେଠାରେ ଡ୍ୟୁଟିରେ ଥିବା ଆରପିଏଫ ଯବାନ ଏସ ମୁଣ୍ଡା ମହିଳାଙ୍କୁ ଟାଣି ଆଣିଥିଲେ । ଫଳରେ ଏକ ଅଘଟଣ ବର୍ତ୍ତି ଯାଇଥିଲେ ମହିଳା । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ