thumbnail

By

Published : May 27, 2022, 1:14 PM IST

ETV Bharat / Videos

କୂଅ ଭିତରେ ଖସିପଡ଼ିଲା ଛୁଆ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ଫୁଲବାଣୀ: କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ କରଡ଼ା ରେଞ୍ଜ ବାରବା ବନାଞ୍ଚଳ ପଳାଶପଲ୍ଲି ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଫସି ରହିଛି ଛୁଆ ହାତୀ । ଘଟଣା ସ୍ଥଳରେ ରାଇକିଆ ରେଞ୍ଜର ବାରବା ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ମୁତାବକ ଗତ କିଛି ଦିନ ହେବ ବାରବା ଅଞ୍ଚଳରେ ୧୭ ଟିକିଆ ହାତୀ ପଲ ବୁଲୁଥିବା ଦେଖା ଯାଉଥିଲେ । ଏହି ଅଞ୍ଚଳରେ ଆମ୍ବ, ପଣସ ଓ କଦଳୀ ଗଛ ପ୍ରଚୁର ଥିବା ବେଳେ ଗତକାଲି ରାତିରେ ଏହି ହାତୀ ପଲ ଖାଇବା ପାଇଁ ବୁଲୁଥିବା ବେଳେ ଏକ ହାତୀ ଛୁଆ କୌଣସି କାରଣରୁ କୂଅକୁ ଖସିଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ହାତୀ ଛୁଆଟିକୁ କୂଅରେ ପଡିବାର ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି । କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.