ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ରମାଦେବୀ କଲେଜ ଛାତ୍ରୀ
🎬 Watch Now: Feature Video
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ । ଏହି ଘୋଷଣା ପରେ ତାଙ୍କ ଜନ୍ମ ମାଟିଠୁ ଆରମ୍ଭ କରି ଶିକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଖୁସିର ମାହୋଲ । ଦ୍ରୌପଦୀ ମୁର୍ମୁ ଅନେକ ସଂଘର୍ଷ ଭିତରେ ପାଠପଢ଼ା ଶେଷ କରି ରାଜନୀତିରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେହି ପରାକାଷ୍ଠା ଆଜି ତାଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସାଇବାକୁ ଯାଉଛି । ଏଭଳି ଖୁସିର ମୁହୂର୍ତ୍ତରେ ସେ ଶିକ୍ଷାଲାଭ କରିଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ତାଙ୍କୁ କ'ଣ କହୁଛନ୍ତି ଶୁଣନ୍ତୁ