ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରବୀଣ ତୋଗାଡ଼ିଆ, ବିକାଶ ନାଁରେ ମଠ ଓ ମନ୍ଦିର ଉଚ୍ଛେଦକୁ ନାପସନ୍ଦ

🎬 Watch Now: Feature Video

thumbnail
ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ବିଶ୍ବ ହିନ୍ଦୁ ପରିଷଦ ମୁଖ୍ୟ ପ୍ରବୀଣ ତୋଗାଡ଼ିଆ । ଏହି ଅବସରରେ ସେ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟକୁ ସମର୍ଥନ କରିଛନ୍ତି । ତେବେ ବିକାଶ ନାଁରେ ପୁରାତନ ମଠ ଓ ମନ୍ଦିର ଉଚ୍ଛେଦକୁ ସେ ନାପସନ୍ଦ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ବେଶ ଖୁସି ଜାହିର କରିଛନ୍ତି ପ୍ରବୀଣ ତୋଗାଡ଼ିଆ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଠିକ୍‌ ରହିଛି । ତେବେ ଶ୍ରୀମନ୍ଦିରକୁ ହଜାରହଜାର ଭକ୍ତ ଆସୁଥିବାରୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ଭଲ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ଚିକିତ୍ସା କେନ୍ଦ୍ର ରହିବା ଉଚିତ ବୋଲି ସେ କହଛନ୍ତି । ତେବେ ପ୍ରାଚୀନ ଧର୍ମସ୍ଥଳୀର ବିକାଶ ହେବା ଭଲ କଥା, କିନ୍ତୁ ଏଥିପାଇଁ ପୁରାତନ ମନ୍ଦିର ମଠ ଭାଙ୍ଗିବା ଉଚିତ ନୁହେଁ । ଏଗୁଡିକ ସଂରକ୍ଷିତ ହେବା ଉଚିତ । ଐତିହାସିକ କରିଡର ନକରି ଧର୍ମପୀଠ ବିକାଶ ଧାର୍ମିକ ଆଧାରରେ ହେବା ଉଚିତ । ବିକାଶ ନାଁରେ ପୁରାତନ ମଠ ମନ୍ଦିର ଭାଙ୍ଗିବା ବଦଳରେ ଏହାର ସୁରକ୍ଷା ହେବା ଉଚିତ ବୋଲି ପ୍ରବୀଣ ତୋଗାଡ଼ିଆ କହିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.