ଋତୁରାଜ ବସନ୍ତର ଆଗମନରେ ପୁଲକିତ ଧରା, ଶୁଣନ୍ତୁ କବିଙ୍କ ମୁହଁରୁ... - ନୂଆପଡା ଖବର
🎬 Watch Now: Feature Video
ନୂଆପଡା : ଋତୁରାଜ ବସନ୍ତର ଆଗମନରେ ପୁଲକିତ ହୋଇପଡିଛି ଧରା। ସକାଳର ସୁଲୁସୁଲିଆ ଧିରି ପବନରେ ରାଗ ରାଗିଣୀ ରାଣୀ କୋଇଲିର ଗୀତ ଆହାକି ମଧୁର । ଏହି ପ୍ରସଙ୍ଗରେ ନୂଆପଡା ଜିଲ୍ଲା ଗୌରବ କବି ଗୌରାଙ୍ଗ କୁମାର ସାହୁଙ୍କ ମୁହଁରୁ କବିତା ପଦେ । କଅଁଳିଆ ସୂର୍ଯ୍ୟ କିରଣ ହାଲୁକା ହାଲୁକା ରୁଦ୍ରତାପ ପଳାସ ବଣର ପତ୍ର ଝାଡ଼ାରେ କି ସୁନ୍ଦର ମନୋହର ରଙ୍ଗୀନ ପଳାସ ଫୁଲ । ନବ ଯୌବନ ଧରି ଧରାବକ୍ଷରେ ଅବତରଣ କରିଛି ପଳାସ ଫୁଲ । ପଳାସ ଫୁଲକୁ ନେଇ କବି ଗୌରାଙ୍ଗ କୁମାର ସାହୁ କଣ କହୁଛନ୍ତି ଶୁଣନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ