thumbnail

By

Published : Sep 25, 2022, 10:16 PM IST

ETV Bharat / Videos

ବାରବାଟୀରେ ଲିଜେଣ୍ଡ୍ସ ଲିଗ, ଭୁବନେଶ୍ବରରେ ପହଞ୍ଚିଲେ କ୍ରିକେଟର

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିଠୁ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ (Legends league cricket) । ଏନେଇ ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡ୍ସ ଲିଗ ଖେଳାଳି । ଲିଜେଣ୍ଡ୍ସ ଲିଗ କ୍ରିକେଟର ମାନଙ୍କୁ କଡା ସୁରକ୍ଷାବଳୟରେ ମେ ଫେୟାର ହୋଟେଲକୁ ନିଆଯାଇଛି । ହୋଟେଲରେ ପହଁଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସୋମବାର ବାରବାଟୀରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ସେପଟେ ଲିଜେଣ୍ଡସ ଲିଗ ନେଇ ବାରବାଟୀରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେପ୍ଟେମ୍ବର ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଏବଂ ଭିଲୱାରା କିଙ୍ଗ୍ସ ମୁହାଁମୁହିଁ ହେବେ । ସେପ୍ଟେମ୍ବର ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ଟକ୍କର ହେବ । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.