ବନ୍ୟାରେ ଉବୁଟୁବୁ ମୋଟୁ, ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକେ

By

Published : Jul 16, 2022, 10:25 PM IST

thumbnail
ମାଲକାନଗିରି: ବନ୍ୟା ପାଣି ପଶି ବେହାଲ୍ ହୋଇଛି ମୋଟୁ ଅଞ୍ଚଳ । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ପାଇଁ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଆଜି ବୁଡ଼ି ଯାଇଥିବା ପାଣି ପୁରୁଣା ମୋଟୁ ଗ୍ରାମ ବୁଡି ସାରିଲାଣି । ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି । ମୋଟୁ ବୁଡିଯିବା ପରେ ରାତି ଅଧିଆ ୮୦ ପରିବାରକୁ ଥଇଥାନ କରିଛି ପ୍ରଶାସନ । ତଥାପି ବର୍ଷା ଜଳ ଗାଁ ଭିତରେ ପଶିଯିବା ହେତୁ ଅନେକ ଜିନିଷ ଘରେ ଛାଡ଼ି ନିଜ ଜୀବନ ବଞ୍ଚାଇ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି ଅଞ୍ଚଳବାସୀ । ଗୋଦାବରୀ ନଦୀ ଫୁଲୁଥିବା ବେଳେ ଏବେ ଜଳସ୍ତର ବଢ଼ି ୭୦ ଫୁଟ ଉପରେ ରହିଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ବାରମ୍ବାର ତୃଣମୂଳ ସ୍ତରରେ ପହଞ୍ଚି ସ୍ଥିତି ପରଖୁଥିବା ବେଳେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା କହିଛନ୍ତି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ । ସେପଟେ ତଳିଆ ଅଞ୍ଚଳର ଲୋକଙ୍କୁ ନେଇ ରନ୍ଧାଖାଦ୍ୟ ଯୋଗାଇବା ସହ ସୁରକ୍ଷିତ ବନ୍ୟା ଆଶ୍ରୟ ସ୍ଥଳୀରେ ନେଇ ଥଇଥାନ କରାଯାଇଛି । ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.