ETV Bharat / sports

ଚାମ୍ପିଅନ୍ସ ଟ୍ରଫିରେ ଟପ୍ ଟେନ ରନ ସ୍କୋରିଂ ବ୍ୟାଟ୍ସମ୍ୟାନ, ଭାରତରୁ ୩ ବ୍ୟାଟର - CHAMPIONS TROPHY MOST RUNS

ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଇତିହାସରେ ବିଶ୍ବର କେଉଁ ୧୦ ଜଣ ବ୍ୟାଟ୍ସମ୍ୟାନ କରିଛନ୍ତି ସର୍ବାଧିକ ରନ ? ଏଥିରେ ସାମିଲ ୩ ଭାରତୀୟ ବ୍ୟାଟର କିଏ ?

Top Ten Players With Most Runs In Champions Trophy
Top Ten Players With Most Runs In Champions Trophy (ETV Bharat)
author img

By ETV Bharat Odisha Team

Published : Jan 16, 2025, 1:27 PM IST

Updated : Jan 16, 2025, 1:42 PM IST

ନୂଆଦିଲ୍ଲୀ : ଆଉ ଏକ ମାସ ପରେ ଆଉ ଏକ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି-୨୦୨୫ । ପାକିସ୍ତାନ ଏବଂ ଦୁବାଇରେ ଅନୁଷ୍ଠିତ ହେବ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ । ଏଥିରେ ବିଶ୍ବକପ୍ କ୍ରିକେଟର ଶ୍ରେଷ୍ଠ ୮ଟି ଟିମ୍ ଭାଗ ନେଉଥିବା ବେଳେ, ଚାମ୍ପିଅନ୍ସ ଟ୍ରଫିରେ ବ୍ୟାଟରଙ୍କ ଜଲୱା ଦେଖିବାକୁ ମିଳିବ ।

ଚାମ୍ପିଅନ୍ସ ଟ୍ରଫିରେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ୧୦ ଜଣ ବ୍ୟାଟ୍ସମ୍ୟାନ ସର୍ବାଧିକ ରନ କରିଛନ୍ତି ? ସେମାନେ କେଉଁ ସବୁ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ? କେଉଁ ଦେଶରୁ ସର୍ବାଧିକ ବ୍ୟାଟର ଚାମ୍ପିଅନ୍ସ ଟ୍ରଫିରେ ଅଧିକ ରନ କରିଛନ୍ତି ? ଏବଂ ଭାରତ ପକ୍ଷରୁ ୩ ଜଣ ଟପ୍ ସ୍କୋରରଙ୍କ ମଧ୍ୟରେ କେଉଁ ବ୍ୟାଟର ସାମିଲ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଚାମ୍ପିଅନ୍ସ ଟ୍ରଫି ଟପ୍ ଟେନ ବ୍ୟାଟର :

1: କ୍ରିସ ଗେଲ୍ (ୱେଷ୍ଟ ଇଣ୍ଡିଜ):

ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମର ଦିଗ୍ଗଜ ବ୍ୟାଟ୍ସମ୍ୟାନ, ଓପନର ତଥା ଧୂଆଁଧାର ରନ ସ୍କୋରର ଭାବେ ବିଶ୍ବ କ୍ରିକେଟରେ ଜଣାଶୁଣା କ୍ରିସ ଗେଲ୍ । ସେ ଚାମ୍ପିଅନ୍ସ ଟ୍ରଫିରେ ୧୭ଟି ମ୍ୟାଚ ଖେଳିଛନ୍ତି । ସେ ୫୨.୭୩ ଆଭେରେଜରେ ମୋଟ ୭୯୧ ରନ ସ୍କୋର କରିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ଗେଲଙ୍କ ସର୍ବାଧିକ ଇନିଂସ ସ୍କୋର ୧୩୩ (ଅପରାଜିତ) । ଗେଲ୍ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଶତକ ଏବଂ ୧ ଅର୍ଦ୍ଧଶତକ ହାସଲ କରିଛନ୍ତି ।

କ୍ରିସ ଗେଲ
କ୍ରିସ ଗେଲ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ଗେଲ୍

  • ଦେଶ-ୱେଷ୍ଟ ଇଣ୍ଡିଜ
  • ୧୭ ମ୍ୟାଚ, ୭୯୧ ରନ
  • ସର୍ବାଧିକ ସ୍କୋର ୧୩୩
  • ୩ ଶତକ, ୧ ଅର୍ଦ୍ଧଶତକ

2: ମହେଲା ଜୟବର୍ଦ୍ଧନେ(ଶ୍ରୀଲଙ୍କା):

ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନେ, ନିଜର ଆକର୍ଷଣୀୟ ବ୍ୟାଟିଂ ପାଇଁ ପରିଚିତ । ଶ୍ରୀଲଙ୍କା କ୍ରିକେଟରେ ଅନ୍ୟତମ ଆଇକନ ଏବଂ ଟେକନିକାଲି ସାଉଣ୍ଡ ବ୍ୟାଟର ଜୟବର୍ଦ୍ଧନେ ଚାମ୍ପିଅନ୍ସ ଟ୍ରଫିରେ ଦ୍ବିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି । ସେ ମୋଟ ୨୨ଟି ମ୍ୟାଚ ଖେଳିଥିବା ବେଳେ, ୪୧.୨୨ ହାରରେ ୭୪୧ ରନ ହାସଲ କରିଛନ୍ତି । ଏଥିରେ ରହିଛି ୫ଟି ଅର୍ଦ୍ଧଶତକ । ତାଙ୍କର ସର୍ବାଧିକ ସ୍କୋର ହେଉଛି ୮୪ ରନ ।

ଚାମ୍ପିଅନ୍ସ ଟ୍ରଫିରେ ଜୟବର୍ଦ୍ଧନେ

ମହେଲା ଜୟବର୍ଦ୍ଧନେ
ମହେଲା ଜୟବର୍ଦ୍ଧନେ ((IANS Photo))
  • ଦେଶ-ଶ୍ରୀଲଙ୍କା
  • ୨୨ ମ୍ୟାଚ, ୭୪୧ ରନ
  • ୫ ଅର୍ଦ୍ଧଶତକ, ସର୍ବାଧିକ ସ୍କୋର ୮୪

3: ଶିଖର ଧୱନ(ଭାରତ):

ଭାରତୀୟ କ୍ରିକେଟରେ ଅନ୍ୟତମ ଷ୍ଟାଇଲିଷ୍ଟ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ । 'ଗବ୍ବର' ନାମରେ ଜଣାଶୁଣା ଧୱନ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ । ତାଙ୍କ ନାଁରେ ରହିଛି ଚାମ୍ପିଅନ୍ସ ଟ୍ରଫିରେ ଯେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର । ଧୱନ ଚାମ୍ପିଅନ୍ସ ଟ୍ରଫିରେ ୧୦ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୭୭.୮୮ ହାରରେ ୭୦୧ ରନ କରିଛନ୍ତି । ଏହା ସହ ସେ ଚାମ୍ପିଅନ୍ସ ଟ୍ରଫିରେ ବିଶ୍ବରେ ତୃତୀୟ ସର୍ବାଧିକ ରନ ସ୍କୋରର ଭାବେ ନିଜର ନାମ ସ୍ଥାପନ କରି ପାରିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ଧୱନ ସର୍ବାଧିକ ସ୍କୋର ୧୨୫ ରନ । ୨୦୧୩ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଧୱନଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ ।

ଶିଖର ଧୱନ
ଶିଖର ଧୱନ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ଶିଖର ଧୱନ

  • ଦେଶ-ଭାରତ
  • ଚାମ୍ପିଅନ୍ସ ଟ୍ରଫିରେ ଯେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର
  • ଚାମ୍ପିଅନ୍ସ ଟ୍ରଫିରେ ବିଶ୍ବରେ ତୃତୀୟ ସର୍ବାଧିକ ରନ ସ୍କୋରର
  • ୧୦ ମ୍ୟାଚ, ୭୦୧ ରନ
  • ସର୍ବାଧିକ ସ୍କୋର ୧୨୫ ରନ
  • ୨୦୧୩ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଧୱନଙ୍କ ବଡ଼ ଭୂମିକା

4: କୁମାର ସଙ୍ଗାକାରା(ଶ୍ରୀଲଙ୍କା) :

ଶ୍ରୀଲଙ୍କା କ୍ରିକେଟ ଟିମର ଅନ୍ୟତମ ଦିଗ୍ଗଜ ବ୍ୟାଟ୍ସମ୍ୟାନ କୁମାର ସଙ୍ଗାକାରା । ଚାମ୍ପିଅନ୍ସ ଟ୍ରଫିରେ ଚତୁର୍ଥ ସର୍ବାଧିକ ସ୍କୋର କରିଛନ୍ତି ସେ । ସଙ୍ଗାକାରା ୨୨ଟି ମ୍ୟାଚ ଖେଳିଥିବା ବେଳେ ମୋଟ ୫୮୩ ରନ କରିଛନ୍ତି । ତାଙ୍କର ସର୍ବାଧିକ ଇନିଂସ ସ୍କୋର ୧୩୪ ରନ । ଏହାସହ ସେ ୪ଟି ଅର୍ଦ୍ଧଶତର ମଧ୍ୟ ହାସଲ କରିଛନ୍ତି ।

କୁମାର ସଙ୍ଗକାରା
କୁମାର ସଙ୍ଗକାରା ((IANS Photo))

ଚାମ୍ପିଅନ୍ସ ଟ୍ରଫିରେ ସଙ୍ଗାକାରା

  • ଦେଶ-ଶ୍ରୀଲଙ୍କା
  • ଚାମ୍ପିଅନ୍ସ ଟ୍ରଫିରେ ଚତୁର୍ଥ ସର୍ବାଧିକ ରନ
  • ୨୨ ମ୍ୟାଚ, ୫୮୩ ରନ
  • ସର୍ବାଧିକ ସ୍କୋର ୧୩୪ ରନ
  • ତାଙ୍କ ନାଁରେ ୪ ଅର୍ଦ୍ଧଶତ

5: ସୌରଭ ଗାଙ୍ଗୁଲି(ଭାରତ):

ଭାରତୀୟ କ୍ରିକେଟରେ ଅନ୍ୟତମ ଲୋକପ୍ରିୟ ଖେଳାଳି ସୌରଭ ଗାଙ୍ଗୁଲି । କ୍ରିକେଟ ଜଗତରେ ଦାଦା ଭାବେ ପରିଚିତ ଗାଙ୍ଗୁଲି ଜଣେ ଆଗ୍ରେସିଭ୍ କ୍ରିକେଟର ଭାବେ ଜଣାଶୁଣା । ତାଙ୍କ ନାଁରେ ରହିଛି ଚାମ୍ପିଅନ୍ସ ଟ୍ରଫିରେ ପଞ୍ଚମ ସର୍ବାଧିକ ସ୍କୋର ହାସଲ ରେକର୍ଡ । ଦାଦା ଚାମ୍ପିଅନ୍ସ ଟ୍ରଫିରେ ୧୩ଟି ମ୍ୟାଚ ଖେଳି ୬୬୫ ରନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଦାଦାଙ୍କ ସର୍ବାଧିକ ସ୍କୋର ୧୪୧ ରନ ।

ସୌରଭ ଗାଙ୍ଗୁଲି
ସୌରଭ ଗାଙ୍ଗୁଲି ((IANS Photo))

ଚାମ୍ପିଅନ୍ସ ଟ୍ରଫିରେ ଦାଦା

  • ଦେଶ- ଭାରତ
  • ଚାମ୍ପିଅନ୍ସ ଟ୍ରଫିରେ ପଞ୍ଚମ ସର୍ବାଧିକ ରନ
  • ୧୩ ମ୍ୟାଚ, ୬୬୫ ରନ
  • ସର୍ବାଧିକ ସ୍କୋର ୧୪୧ ରନ

6: ଜ୍ୟାକ କାଲିସ (ଦକ୍ଷିଣ ଆଫ୍ରିକା):

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜ୍ୟାକ କାଲିସ । ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିିଛନ୍ତି ୧୭ଟି ମ୍ୟାଚ । ୪୬.୬୪ ହାରରେ କରିଛନ୍ତି ୬୫୩ ରନ । ଏଥିରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୩ ରନ ।

ଜ୍ୟାକ କାଲିସ
ଜ୍ୟାକ କାଲିସ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ କାଲିସ

  • ଦେଶ-ଦକ୍ଷିଣ ଆଫ୍ରିକା
  • ୧୭ ମ୍ୟାଚ, ୬୫୩ ରନ
  • ସର୍ବାଧିକ ସ୍କୋର ୧୧୩

7: ରାହୁଲ ଦ୍ରାବିଡ଼(ଭାରତ):

ଭାରତୀୟ କ୍ରିକେଟ ଦଳର 'ଦ ୱାଲ' ଭାବେ ପରିଚିତ କ୍ରିକେଟର ରାହୁଲ ଦ୍ରାବିଡ଼ । ଚାମ୍ପିଅନ୍ସ ଟ୍ରଫିରେ ତାଙ୍କର ରହିଛି ବେଶ ଭଲ ପ୍ରଦର୍ଶନ । ସେ ୧୯ ମ୍ୟାଚ ଖେଳିଥିବା ବେଳେ ୪୮.୨୩ ହାରରେ ୬୨୭ ରନ ହାସଲ କରିଛନ୍ତି । ଦ୍ରାବିଡ଼ଙ୍କ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ୭୬ ।

ରାହୁଲ ଦ୍ରାବିଡ଼
ରାହୁଲ ଦ୍ରାବିଡ଼ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ଦ୍ରାବିଡ଼

  • ଦେଶ- ଭାରତ
  • ୧୯ ମ୍ୟାଚ,୬୨୭ ରନ
  • ସର୍ବାଧିକ ରନ ୭୬

8: ରିିକି ପଣ୍ଟିଂ (ଅଷ୍ଟ୍ରେଲିଆ):

ଅଷ୍ଟ୍ରେଲିଆର ମହାନ କ୍ରିକେଟର, ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ ଜଣା ଶୁଣା । ଚାମ୍ପିଅନ୍ସ ଟ୍ରଫିରେ ମୋଟ ୧୮ଟି ମ୍ୟାଚ ଖେଳିଛନ୍ତି ପଣ୍ଟିଂ । ସେ ୪ଟି ଅର୍ଦ୍ଧଶତକ ଏବଂ ୧ ଶତକ ସହିତ ହାସଲ କରିଛନ୍ତି ୫୯୩ ରନ । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୧ ।

ରିକି ପଣ୍ଟିଂ
ରିକି ପଣ୍ଟିଂ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ପଣ୍ଟିଂ

  • ଦେଶ- ଅଷ୍ଟ୍ରେଲିଆ
  • ୧୮ ମ୍ୟାଚ,୫୯୩ ରନ
  • ସର୍ବାଧିକ ସ୍କୋର ୧୧୧ ରନ

9: ଶିବନାରାୟଣ ଚନ୍ଦ୍ରପାଲ(ୱେଷ୍ଟ ଇଣ୍ଡିଜ):

ୱେଷ୍ଟ ଇଣ୍ଡିଜ କ୍ରିକେଟ ଦଳର ଡିପେଣ୍ଡେବଲ ଖେଳାଳି ଶିବନାରାୟଣ ଚନ୍ଦ୍ରପାଲ । ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ନାଁରେ ରହିଛି ନବମ ସର୍ବାଧିକ ରନ । ସେ ୧୬ ମ୍ୟାଚରୁ ୫୩.୩୬ ହାରରେ ୫୮୭ ରନ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୭୪ ରନ । ଏଥିରେ ରହିଛି ୫ଟି ଅର୍ଦ୍ଧଶତକ ।

ଶିବନାରାୟଣ ଚନ୍ଦ୍ରପାଲ
ଶିବନାରାୟଣ ଚନ୍ଦ୍ରପାଲ ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ଚନ୍ଦ୍ରପାଲ

  • ଦେଶ-ୱେଷ୍ଟ ଇଣ୍ଡିଜ
  • ୧୬ ମ୍ୟାଚ,୫୮୭ ରନ
  • ସର୍ବାଧିକ ରନ ୭୪

10: ସନଥ ଜୟସୂର୍ଯ୍ୟା(ଶ୍ରୀଲଙ୍କା):

ଦିନିକିଆ କ୍ରିକେଟରେ ରନ ମେସିନ ଶ୍ରୀଲଙ୍କାର ଓପନର ବ୍ୟାଟ୍ସମ୍ୟାନ ସନଥ ଜୟସୂର୍ଯ୍ୟା । ଧୂଆଁଧାର ରନ ଯୁଗ ଆରମ୍ଭରେ ଅନ୍ୟତମ ପୁରୁଖା କ୍ରିକେଟର ଜୟସୂର୍ଯ୍ୟା ଚାମ୍ପିଅନ୍ସ ଟ୍ରଫିରେ ୨୦ଟି ମ୍ୟାଚ ଖେଳିଥିବା ବେଳେ, ତାଙ୍କ ନାଁରେ ରହିଛି ୫୩୬ ରନ । ଚାମ୍ପିଅନ୍ସ ଟ୍ରଫିରେ ସେ ସର୍ବାଧିକ ୧୦୨ ରନ କରିବା ସହ ଅପରାଜିତ ଥିଲେ । ସେ ୧ ଶତକ ସହ ୧ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ ।

ସନଥ ଜୟସୂର୍ଯ୍ୟା
ସନଥ ଜୟସୂର୍ଯ୍ୟା ((AFP Photo))

ଚାମ୍ପିଅନ୍ସ ଟ୍ରଫିରେ ଜୟସୂର୍ଯ୍ୟା

  • ଦେଶ-ଶ୍ରୀଲଙ୍କା
  • ୨୦ ମ୍ୟାଚ, ୫୩୬ ରନ
  • ସର୍ବାଧିକ ସ୍କୋର ୧୦୨ ରନ

ଚାମ୍ପିଅନ୍ସ ଟ୍ରଫି ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025 - CHAMPIONS TROPHY 2025

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅବସ୍ଥା ଖରାପ; ଚାମ୍ପିୟନ୍ସ ଟ୍ରଫି ପାଇଁ ଭଡାରେ ଆଣିବ ଲାଇଟ୍, ଜେନେରେଟର - Champions Trophy 2025 - CHAMPIONS TROPHY 2025

PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ - CHAMPIONS TROPHY 2025

ଚାମ୍ପିଅନ୍ସ ଟ୍ରଫି : ୧୯୯୮-୨୦୨୫

ଚାମ୍ପିଅନ୍ସ ଟ୍ରଫି କ୍ରିକେଟର ଇତିହାସ ୨୭ ବର୍ଷର । ୧୯୯୮ ମସିହାରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ମହାସଂଗ୍ରାମ । ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ-ICC ଦ୍ବାରା ଆୟୋଜିତ ହୋଇ ଆସୁଥିବା ଏହି ଟୁର୍ଣ୍ଣାମେଣ୍ଟକୁ 'ମିନି ୱାଲ୍ଡ କପ୍' କୁହାଯାଏ । ବର୍ତ୍ତମାନ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟ ୮ଥର ହୋଇସାରିଥିବା ବେଳେ, ନବମ ସଂସ୍କରଣ ୨୦୨୨୫ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ । ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ସର୍ବାଧିକ ଦୁଇଥର ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିବା ବେଳେ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଏବଂ ୱେଷ୍ଟ ଇଣ୍ଡିଜ ଏକାକୀ ଭାବେ ଥରେ ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ୨୦୦୨ରେ ଭାରତ ଏବଂ ଶ୍ରୀଲଙ୍କାକୁ ମିଳିତ ଚାମ୍ପିଅନ ଘୋଷଣା କରାଯାଇଥିଲା ।

ବର୍ଷ ଆୟୋଜକ ଦେଶ ବିଜୟୀ ଦଳ ରନର ଅପ୍
1998BangladeshSouth AfricaWest Indies
2000KenyaNew ZealandIndia
2002Sri LankaSri Lanka and IndiaNone
2004EnglandWest IndiesEngland
2006IndiaAustraliaWest Indies
2009South AfricaAustraliaNew Zealand
2013England and WalesIndiaEngland
2017England and WalesPakistanIndia
2025Pakistan-Dubai ------- ------

Last Updated : Jan 16, 2025, 1:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.