ETV Bharat / entertainment

ସର୍ଜରୀ ପରେ ବିପଦମୁକ୍ତ ସୈଫ ଅଲି ଖାନ, ହସ୍ପିଟାଲରେ ପହଞ୍ଚିଲେ ସାରା-ଇବ୍ରାହିମ୍-ସିଦ୍ଧାର୍ଥ ଆନନ୍ଦ - SAIF ALI KHAN ATTACK CASE

ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ଏବେ ବିପଦମୁକ୍ତ ସୈଫ ଅଲି ଖାନ । ବାପାଙ୍କୁ ଦେଖିବାକୁ ହସ୍ପିଟାଲ ପହଞ୍ଚିଲେ ସାରା-ଇବ୍ରାହିମ୍ ।

saif ali khan attack case
saif ali khan attack case (IMAGE-ANI Video)
author img

By ETV Bharat Entertainment Team

Published : Jan 16, 2025, 1:15 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ସର୍ଜରୀ ପରେ ବର୍ତ୍ତମାନ ଅଭିନେତା ବିପଦମୁକ୍ତ ରହିଛନ୍ତି । ଅଭିନେତାଙ୍କ ଟିମ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ରହିଛନ୍ତି । ବର୍ତ୍ତମାନ ଏକ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସେପଟେ ସୈଫ ଅଲି ଖାନ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ବାପାଙ୍କୁ ଦେଖିବାକୁ ହସ୍ପିଟାଲ ପହଞ୍ଚିଛନ୍ତି ସାରା ଅଲି ଖାନ ଓ ଇବ୍ରାହିମ୍ ଅଲି ଖାନ । ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ପତ୍ନୀଙ୍କ ସହ ହସ୍ପିଟାଲରେ ପହଞ୍ଚିଛନ୍ତି ।

ବିପଦମୁକ୍ତ ସୈଫ ଅଲି ଖାନ

ଅଭିନେତାଙ୍କ ଟିମ ନିଜ ବୟାନରେ କହିଛନ୍ତି, ''ସୈଫ ଅଲି ଖାନଙ୍କ ସର୍ଜରୀ ସରିଛି । ସେ ବର୍ତ୍ତମାନ ଠିକ୍ ଅଛନ୍ତି ଏବଂ ଡାକ୍ତର ତାଙ୍କ ଉପରେ ନଜର ରଖିଛନ୍ତି । ପରିବାରର ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି ଏବଂ ପୋଲିସ ଘଟଣାର ଯାଞ୍ଚ କରୁଛି । ଆମେ ଡାକ୍ତର ନୀରଜ ଉତ୍ତମଣି, ଡା. ନିତିନ ଡୋଙ୍ଗେ ଏବଂ ଲୀଲାବତୀ ହସ୍ପିଟାଲର ଟିମକୁ ଧନ୍ୟବାଦ ଜଣାଉଛୁ । ଏହି ସମୟରେ ତାଙ୍କ ଫ୍ୟାନ୍ସ ଏବଂ ଶୁଭେଚ୍ଛୁଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଉଛୁ ।''

ହସ୍ପିଟାଲରେ ପହଞ୍ଚିଲେ ସାରା-ଇବ୍ରାହିମ୍

ସେପଟେ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ସୈଫ ଚିକିତ୍ସାଧୀନ ରହିଥିବା ବେଳେ ବାପାଙ୍କୁ ଦେଖିବାକୁ ହସ୍ପିଟାଲ ପହଞ୍ଚିଛନ୍ତି ସାରା ଅଲି ଖାନ ଓ ଇବ୍ରାହିମ୍ ଅଲି ଖାନ । ସାରା ଓ ଇବ୍ରାହିମ ବାପାଙ୍କ ଆକ୍ରମଣ ଘଟଣା ଶୁଣି ହସିପଟାଲ ପହଞ୍ଚିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ସେପଟେ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ପତ୍ନୀଙ୍କ ସହ ହସ୍ପିଟାଲରେ ପହଞ୍ଚିଛନ୍ତି ।

ପୁରା ମାମଲା କ'ଣ ?

ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣା ମଧ୍ୟରାତ୍ରିରେ ଘଟିଥିଲା । ସକାଳ 2.15 ମିନିଟରେ ବାନ୍ଦ୍ରା ସ୍ଥିତ ଅଭିନେତାଙ୍କ ଘରେ ଦୁବୃର୍ତ୍ତ ଚୋରି ଉଦ୍ୟମରେ ପଶିଥିଲା । ଏହି ସମୟରେ ସେ ଘରୋଇ କର୍ମଚାରୀ ଉପରେ ଦୁବୃର୍ତ୍ତ ଆକ୍ରମଣ କରିଥିଲା । ଏହା ପରେ କର୍ମଚାରୀଙ୍କ ଶଦ୍ଦ ଶୁଣି ସୈଫ ଯେତେବେଳେ ଦୁବୃର୍ତ୍ତକୁ ଦେଖିଥିଲେ। ଏହା ପରେ ସେ ଦୁବୃର୍ତ୍ତ ସହ ହାତାହାକତି ହୋଇଥିଲେ । ଏହି ସମୟରେ ଦୁବୃର୍ତ୍ତ ଜଣକ ଅଭିନେତାଙ୍କୁ ଛୁରୀରେ 6ଥର ଆକ୍ରଣ କରି ଫେରାର୍ ହୋଇଥିଲେ । ଘଟଣା ସମୟରେ ପତ୍ନୀ କରୀନା କପୁର ଖାନ ପରିବାରର ଅନ୍ୟ ସଦସ୍ୟ ଶୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସୈଫଙ୍କୁ ଛୁରାମାଡ଼; ଚିନ୍ତା ପ୍ରକଟ କଲେ ସେଲିବ୍ରିଟି, ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ

ଘଟଣାରେ 3 ଅଟକ, ପୋଲିସର ତଦନ୍ତ ଜାରି

ଘଟଣାରେ ମୁମ୍ୱାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଘରେ ଫେରନସିକ ଟିମ ସହ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ଏଥିସହ ଘଟଣାରେ ପୋଲିସ 3ଜଣ ସନ୍ଦିଗ୍ଧକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.