ETV Bharat / state

ବଡ଼ବିଲ ‘ମିନି ଭାରତ’, ଭାଇଚାରା ସଂସ୍କୃତି ଓ ପରମ୍ପରା ଅନନ୍ୟ: ମୁଖ୍ୟମନ୍ତ୍ରୀ - BARBIL MOHATSAV 2025

କେନ୍ଦୁଝର ଜିଲ୍ଲା ବଡ଼ବିଲ ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ ' ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୬ ଲେନ୍ । '

Badbil Mohatsav
Badbil Mohatsav (ETV Bharat Odisha)
author img

By ETV Bharat Odisha Team

Published : Jan 16, 2025, 12:48 PM IST

Updated : Jan 16, 2025, 2:26 PM IST

କେନ୍ଦୁଝର: ବଡ଼ବିଲ ମହୋତ୍ସବ ଉଦଘାଟିତ । ଗତକାଲି(ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବଡ଼ବିଲ ସହରକୁ ମିନି ଭାରତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଚିତ୍ତାକର୍ଷକ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା । ମହମ୍ମଦ ଡାନିସଙ୍କ ମନଛୁଆଁ ଗୀତ ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚିତ କରିଥିଲା । ବେଶ ଉପଭୋଗ କରିଥିଲେ ଉପସ୍ଥିତ ଲୋକେ ।

ବଡବିଲ ମହୋତ୍ସବରେ ସାମିଲ ହୋଇ ମୁଁ ଖୁସି: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘କେନ୍ଦୁଝର ଜିଲ୍ଲା ତଥା ବଡବିଲ୍ ଅଞ୍ଚଳର ଗୌରବମୟ ଐତିହ୍ୟ, ପରମ୍ପରା, କଳା, ସଂସ୍କୃତି ଓ ବିକାଶର ନିଚ୍ଛକ ପ୍ରତିଛବି ବହନ କରୁଛି । ଏହି ବଡବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇଥିବାରୁ ମୁଁ ଖୁସି । ବଡବିଲ୍ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ବ୍ୟବସାୟୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ସମସ୍ତଙ୍କ ଅତୁଳନୀୟ ସହଯୋଗ ଏହି ମହୋତ୍ସବକୁ ଆକର୍ଷଣୀୟ ଓ ସରସ ସୁନ୍ଦର କରିବା ସହିତ ଜିଲ୍ଲାର ଏକ ଅଗ୍ରଣୀ ମହୋତ୍ସବରେ ପରିଣତ କରିପାରିଛି ଏବଂ କେନ୍ଦୁଝର ମାଟିର ସଂସ୍କୃତି, ପରମ୍ପରା, ଜୀବନ ଶୈଳୀ ଅନନ୍ୟ, ଅନୁପମ ।’

ରତ୍ନଗର୍ଭା ବଡ଼ବିଲରେ ଲୁହାପଥର ଓ ମାଙ୍ଗାନିଜ ଭରପୂର ରହିଛି:

Badbil Mohatsav
Badbil Mohatsav (ETV Bharat Odisha)

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ରତ୍ନଗର୍ଭା ବଡବିଲ୍ ଏକ ବ୍ୟସ୍ତବହୁଳ ସହର । ବୋଧହୁଏ ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ଅଧିକ ଲୁହାପଥର ଓ ମାଙ୍ଗାନିଜରେ ଭରପୁର ରହିଛି ଯାହାଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ପ୍ରମୁଖ ରାଜସ୍ୱ ଉତ୍ସ । ଏଥିସହିତ ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟର ଅଧିବାସୀ ଏଠାରେ ଜୀବିକା ଅର୍ଜନ ପାଇଁ ଆସି ବସବାସ କରିଥାନ୍ତି । ଏହି ସହରକୁ ଏକ ମିନି-ଭାରତ କହିଲେ ଅତ୍ଯୁକ୍ତି ହେବନାହିଁ । ବଡବିଲ୍ ହେଉଛି ସାଂପ୍ରଦାୟିକ ସଦ୍‌ଭାବ ଓ ଭାଇଚାରାର ଅଞ୍ଚଳ ।ଏଠାକାର ଅଧିବାସୀମାନେ ଜୀବନ ଜୀବିକା ପାଇଁ ଦିନରାତି ଏକାକାର କରି ଦେଇଥାନ୍ତି ।’

1999 ମସିହାରେ ଆରମ୍ଭ ହୋଇଥିଲା ବଡବିଲ ମହୋତ୍ସବ:

Badbil Mohatsav
Badbil Mohatsav (ETV Bharat Odisha)

ତେବେ ୧୯୯୯ ମସିହାରେ ପ୍ରଥମ କରି ଆରମ୍ଭ ହୋଇଥିଲା ଏହି ବଡବିଲ୍ ମହୋତ୍ସବ । ଅଞ୍ଚଳର ଅଧିବାସୀଙ୍କ ସକ୍ରିୟ ଅଂଶ ଗ୍ରହଣରେ ସ୍ଥାନୀୟ କଳା, ସଂସ୍କୃତି ଓ ପ୍ରତିଭାର ପ୍ରଦର୍ଶନ ଥିଲା ଏହି ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ । ଏହି ମହୋତ୍ସବ ଆରମ୍ଭ ପାଇଁ ବିଶିଷ୍ଟ ସମାଜସେବୀ ବିଜୟ ମହାନ୍ତି, ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ରାଜୁ ମେହେଟ୍ଟା, ଆସ୍ଥା ମହିଳା ସମିତିର ସଦସ୍ୟା ଏବଂ ରକ୍ସି ଯୁବକ ସଂଘ ପ୍ରଭୃତିଙ୍କ ପ୍ରମୁଖ ଅବଦାନ ରହିଥିଲା । ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ:

Badbil Mohatsav
Badbil Mohatsav (ETV Bharat Odisha)

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ପୂର୍ବ ଦିଗରେ ଠାକୁରାଣୀ ପାହାଡ, ପଶ୍ଚିମରେ ମେଘାଦ୍‌ବୁରୁ ଓ ଉତ୍ତରରେ ସରଣ୍ଡା ଜଙ୍ଗଲର ଶୀତଳ ଛାଇ ସହିତ କିରିବୁରୁ ପାର୍ବତମାଳା ବଡବିଲ୍‌କୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିଛି । ବଡବିଲ୍ ଓ ଯୋଡା ଅଞ୍ଚଳରେ ମିଳୁଥିବା ଖଣିଜ ସମ୍ପଦ ଦେଶ ବିଦେଶର ନାମୀଦାମୀ କମ୍ପାନୀଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇଛି । ରାଜ୍ୟର ଖଣିଜ ପଦାର୍ଥକୁ ଉପଯୋଗ କରି ରାଜ୍ୟରେ ଦ୍ରୁତ ଶିଳ୍ପାୟନ କରିବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।’

Badbil Mohatsav
Badbil Mohatsav (ETV Bharat Odisha)

ବଡ଼ବିଲରୁ ଚଣ୍ଡିଖୋଲ ରାସ୍ତା ହେବ 6 ଲେନ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘କେନ୍ଦୁଝର ଜିଲ୍ଲାର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ବଡ଼ବିଲରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରାଯାଇ ୬ ଲେନ ବିଶିଷ୍ଟ କରାଯିବ । ଏହାଦ୍ୱାରା ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ହେବା ସହ ପର୍ଯ୍ୟଟନ ଓ ବ୍ୟବସାୟ ପାଇଁ ବିରାଟ ପଥ ଉନ୍ମୁକ୍ତ ହେବ ।’

ଏହା ମଧ୍ୟ ପଢନ୍ତୁ:

‘ପ୍ରତିଶ୍ରୁତି ପୂରଣ ଲୋକଙ୍କ ସରକାରର ପ୍ରାଥମିକତା’: ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU'

ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ

ଜାନୁଆରୀ ଶେଷ ସପ୍ତାହରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା

Badbil Mohatsav
Badbil Mohatsav (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଓଡିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚଳିତ ଜାନୁଆରୀ ମାସର ଶେଷ ସପ୍ତାହରେ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡିଶାରେ ଦେଶ ବିଦେଶରୁ ରେକର୍ଡ ସଂଖ୍ୟକ ଶିଳ୍ପ ଅନୁଷ୍ଠାନ ଅଂଶଗ୍ରହଣ କରିବେ । ଯାହାଦ୍ୱାରା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଘଟିବ ଏବଂ ଓଡିଶାର ଲକ୍ଷ ଲକ୍ଷ ଯୁବବର୍ଗ ରୋଜଗାର ପାଇବେ ବୋଲି ଆମେ ଆଶାବାଦୀ ।’

4 ଦିନ ଧରି ଚାଲିବ ବଡ଼ବିଲ ମହୋତ୍ସବ:

Badbil Mohatsav
Badbil Mohatsav (ETV Bharat Odisha)

ତେବେ ଗତକାଲିଠୁ ଆରମ୍ଭ ହୋଇଥିବା ବଡ଼ବିଲ ମହୋତ୍ସବ ଚାରି ଦିନ ଧରି ଚାଲିବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର କଳାକାର ଓ ଶିଳ୍ପୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ଭାରତର ବିଭିନ୍ନ ରାଜ୍ୟରୁ ଆସୁଥିବା କଳାକାର, ଶିଳ୍ପୀ, କାରିଗରମାନଙ୍କ ସହ ମିଶି ସାଂସ୍କୃତିକ ଓ କଳାତ୍ମକ ଭାବର ଆଦାନ ପ୍ରଦାନ କରିବେ ।

Badbil Mohatsav
Badbil Mohatsav (ETV Bharat Odisha)

ତେବେ ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jan 16, 2025, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.