ହାଇଦ୍ରାବାଦ: ଆସନ୍ତାକାଲି(ଜାନୁଆରୀ 17) ସିନେମା ଲଭର୍ସ ଡେ' ଅବସରରେ ରିଲିଜ ହେଉଛି କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଅନେକ ବାଦ ବିବାଦର ସମ୍ମୁଖୀନରେ ଶେଷରେ ପରଦାକୁ ଆସୁଛି ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' । ଏହି ଫିଲ୍ମରେ ଏହି ଚଳଚ୍ଚିତ୍ରଟି, 1975-1977 ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ଏପରି ସମୟରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କଙ୍ଗନାଙ୍କ ପ୍ରୟାସ କରିଛନ୍ତି । କଙ୍ଗନା ପ୍ରଥମ ଦିନ ପାଇଁ ଟିକେଟ ମୂଲ୍ୟ କେତେ ରହିଛି । ତାହା ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜାଣନ୍ତୁ ଟିକେଟ ମୂଲ୍ୟ କେତେ ?
17th jan, #emergency day 🇮🇳 pic.twitter.com/71dWpvnGGk
— Kangana Ranaut (@KanganaTeam) January 16, 2025
ମାତ୍ର ଏତିକି ଟଙ୍କାରେ ଦେଖିପାରିବେ 'ଏମରଜେନ୍ସି'
କଙ୍ଗନା ଏକ୍ସରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଫିଲ୍ମର ଟିକେଟ ମୂଲ୍ୟ ନେଇ ସୂଚନା ଦେଇଛନ୍ତି । ଯେଉଁଥିରେ ଲେଖାଅଛି, 'ଜାନୁଆରୀ 17 ସିନେମା ଲଭର୍ସ ଡେ'ରେ ଏମରଜେନ୍ସି ମାତ୍ର 99 ଟଙ୍କାରେ ଦେଖିବାର ମଜାନିଅନ୍ତୁ ।' ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଜାନୁଆରୀ 17 ଏମରଜେନ୍ସି ଡେ' । କହିରଖୁଛୁ କି, ଏହି ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କଙ୍ଗନାଙ୍କ ଏହି ଫିଲ୍ମ ବାଂଲାଦେଶରେ ମୁକ୍ତିଲାଭ କରିବ ନାହିଁ ।
1975, Emergency — A Defining chapter in Indian History.
— Kangana Ranaut (@KanganaTeam) January 6, 2025
Indira: India’s most powerful woman. Her ambition transformed the nation, but her #EMERGENCY plunged it into chaos.
🎥 #EmergencyTrailer Out Now! https://t.co/Nf3Zq7HqRx pic.twitter.com/VVIpXtfLov
ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ ଏହି ଦେଶରେ ବ୍ୟାନ ହେଲା କଙ୍ଗନାଙ୍କ ଫିଲ୍ମ 'ଏମରଜେନ୍ସି'
The wait is almost over—Advance Bookings are now OPEN!
— Kangana Ranaut (@KanganaTeam) January 15, 2025
Secure your seats to witness India’s darkest chapter and the woman who redefined its destiny.
🚨Experience #KanganaRanaut’s #Emergency in cinemas worldwide on 17 January 2025.
Book Now https://t.co/5ep8oYc0Im… pic.twitter.com/wHAlzuX56h
କହିରଖୁଛୁ କି, ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । କଙ୍ଗନାଙ୍କ ସମେତ ଏଥିରେ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କଙ୍ଗନା ଗତ 9 ବର୍ଷ ଧରି ବକ୍ସ ଅଫିସରେ ଫ୍ଲପ୍ ହୋଇଆସୁଥିଲେ ଏବଂ ଏହି ଚଳଚ୍ଚିତ୍ରରୁ ତାଙ୍କର ବହୁତ ଆଶା ଅଛି । ସୂଚନା ଥାଉ କି, କଙ୍ଗନା ବର୍ତ୍ତମାନ ରାଜନୀତିରେ ମଧ୍ୟ ଏଣ୍ଟ୍ରି କରିଛନ୍ତି । ଗତ ଲୋକସଭା ନିର୍ବାଚନରେ 2024 ରେ ସେ ହିମାଚଳର ମଣ୍ଡି ଆସନରୁ ସାଂସଦ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନରେ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ