ETV Bharat / state

ସୀତା ପାହାଡରେ ମକର ଉତ୍ସବ, ପ୍ରଭୁଙ୍କ ଦର୍ଶନ ସହ ଟ୍ରେକିଂର ମଜା ନେଉଛନ୍ତି ଶ୍ରଦ୍ଧାଳୁ - SITA PAHAD

ସୀତା ପାହାଡ ମକର ଉତ୍ସବର ରହିଛି ସ୍ବତନ୍ତ୍ରତା । ରାମାୟଣ ସହ ରହିଛି ସମ୍ପର୍କ । ବର୍ଷକରେ ଥରେ ଜମେ ଶ୍ରଦ୍ଧାଳୁଙ୍କ ଭିଡ ।

Makar Yatra at Sita Hill
Makar Yatra at Sita Hill (ETV Bharat Odisha)
author img

By ETV Bharat Odisha Team

Published : Jan 16, 2025, 3:58 PM IST

ପାରଳାଖେମୁଣ୍ଡି : ରାଜ୍ୟବ୍ୟାପୀ ପାଳନ ହେଉଛି ମକର ଉତ୍ସବ । ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳାର ରହିଛି ସ୍ବତନ୍ତ୍ରତା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ସମସ୍ତେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । କିମ୍ବଦନ୍ତୀ ଦୃଷ୍ଟିରୁ ଏହି ପାହାଡରେ ମକର ଉତ୍ସବର ଭିନ୍ନ ମହାତ୍ମ୍ୟ ରହିଛି ।

  • ସୀତା ପାହାଡରେ ମକର ଉତ୍ସବ:

ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ । ଏହି ପାହାଡ ଉପରେ ବର୍ଷତମାମ କୌଣସି ଗହଳି ଚହଳି ନଥିବା ବେଳେ ମକର ସଂକ୍ରାନ୍ତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହି ସମୟରେ ହେଉଥିବା ଯାତ୍ରା ସହ ହୋମଯଜ୍ଞରେ ସାମିଲ୍‌ ହୋଇ ଭକ୍ତମାନେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଗୋଟିଏ ପଥରରେ ଥିବା ଏହି ପାହାଡ ଉପରେ ଥିବା ମା' ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା ନୁହେଁ, ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ଏହି ସମୟରେ ପାହାଡ ଚଢି ଟ୍ରେକିଂର ମଧ୍ୟ ମଜା ଉଠାଇଥାନ୍ତି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ । ଭିଡକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଞ୍ଚିଥାନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି ।

Makar Yatra at Sita Hill (ETV Bharat Odisha)

ଏହା ବି ପଢନ୍ତୁ...ସୀତା ପାହାଡ଼ରେ ମକର ମେଳା, ଉତ୍ସବ ପାଳନ ପଛରେ ଅନନ୍ୟ କିମ୍ବଦନ୍ତୀ

ଏହା ବି ପଢନ୍ତୁ...ମହାକୁମ୍ଭରେ ମହା ଆକର୍ଷଣ ରୁଦ୍ରାକ୍ଷ ବାବା, ପିନ୍ଧିଛନ୍ତି ଦେଢ଼ ଲକ୍ଷ ରୁଦ୍ରାକ୍ଷ

  • ସୀତା ପାହାଡର ନାମକରଣ ରହସ୍ୟ:

ଏଠାରେ ଅନୁଷ୍ଠିତ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପ୍ରତିବର୍ଷ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ଏହି ଉତ୍ସବର ୪ଦିନ ଧରି ଚାଲିଥାଏ । ଯେଉଁଥିରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଲୋକେ ସାମିଲ ହୋଇଥାନ୍ତି । ପାହାଡର ନାମକରଣ ଏବଂ ମକର ଉତ୍ସବ ପାଳନ ପଛରେ କିମ୍ବଦନ୍ତୀ ରହିଥିବା କହିଛନ୍ତି ଆୟୋଜକ ଭାସ୍କରତୀର୍ଥ ସରସ୍ବତୀ । ସେ କହିଛନ୍ତି, "ମାତା ସୀତା ବନବାସ ସାରି ଅଯୋଧ୍ୟା ଫେରିବା ସମୟରେ ମାସିକ ଋତୁସ୍ରାବ ଯୋଗୁଁ ଏହି ପାହାଡରେ କିଛି ଦିନ ଅଟକି ରହିଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବନ୍ଧୁମିଳନ କରାଇବା ପାଇଁ ଶ୍ରୀରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏହା କରାଇଥିଲେ ମଧ୍ୟ । ତେଣୁ ଏହି ପାହାଡର ନାଁ ସୀତା ପାହାଡ ହେବା ସହ ସେହି ଦିନକୁ ମନେ ପକାଇବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି । ଏହି ସମୟରେ ହେଉଥିବା ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

Makar Yatra at Sita Hill
Makar Yatra at Sita Hill (ETV Bharat Odisha)

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.