ETV Bharat / entertainment

ସୈଫଙ୍କୁ ଛୁରାମାଡ଼; ଚିନ୍ତା ପ୍ରକଟ କଲେ ସେଲିବ୍ରିଟି, ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ - CELEBS ON SAIF ALI KHAN ATTACK CASE

ସୈଫ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି ଚିନ୍ତା ପ୍ରକଟ କରିଛନ୍ତି । ଜୁନିଅର ଏନଟିଆର ଏବଂ ପୂଜା ଭଟ୍ଟଙ୍କ ସମେତ ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ଦେଇଛନ୍ତି।

CELEBS ON SAIF ALI KHAN ATTACK CASE
CELEBS ON SAIF ALI KHAN ATTACK CASE (ANI/ETV Bharat)
author img

By ETV Bharat Entertainment Team

Published : Jan 16, 2025, 11:53 AM IST

ହାଇଦ୍ରାବାଦ: ଗୁରୁବାର ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ଚୋରି କରିବା ଉଦ୍ୟମରେ ଅଭିନେତାଙ୍କ ବାନ୍ଦ୍ରା ଘରେ ପଶି ତାଙ୍କୁ 6ଥର ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଅଭିନେତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ତେବେ କଡା ସୁରକ୍ଷା ସତ୍ତ୍ୱେ ଅଭିନେତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ନେଇ ଫ୍ୟାନ୍ସ ଓ ସେଲିବ୍ରିଟି ଆଶ୍ଚର୍ଯ୍ୟ ହୋଇଛନ୍ତି । ଜୁନିଅର ଏନଟିଆର ଚିନ୍ତା ପ୍ରକଟ କରିଥିବା ବେଳେ ପୂଜା ଭଟ୍ଟଙ୍କ ସମେତ ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ: ପୂଜା ଭଟ୍ଟ

ସୈଫଙ୍କ ଉପରେ ଆକ୍ରମଣ ଘଟଣା ନେଇ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ଆଇନ ଏବଂ ବ୍ୟବସ୍ଥା । ଆମ ପାଖରେ ଆଇନ ଅଛି...ବ୍ୟବସ୍ଥା କ'ଣ ?' ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି- 'ମୁମ୍ବାଇ ପୋଲିସ ଏହି ଅରାଜକତାକୁ ନିୟନ୍ତ୍ରଣ କରିପାରିବ କି? ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର । ଏହି ସହର ଏବଂ ବିଶେଷକରି ବାନ୍ଦ୍ରା ପୂର୍ବରୁ ନିଜକୁ ଏତେ ଅସୁରକ୍ଷିତ ମନେ କରିନାହାଁନ୍ତି । ସ୍ଥାନୀୟ ପୋଲିସ ଆମର ପ୍ରଥମ ରକ୍ଷକ । ଏପରି ପରିବେଶ ସୃଷ୍ଟି କରିବା ଆଇନ ଶୃଙ୍ଖଳାକାରୀଙ୍କ କର୍ତ୍ତବ୍ୟ ଯେଉଁଠାରେ ଅପରାଧ କରୁଥିବା ଲୋକମାନେ ଆରାମ ଅନୁଭବ କରିପାରିବେ ନାହିଁ । ଏପରି ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ୍ ।'

ଚିନ୍ତା ପ୍ରକଟ କଲେ ଚିରଞ୍ଜିବୀ-ଜୁନିଅର ଏନଟିଆର

ସୈଫଙ୍କ ଫିଲ୍ମ 'ଦେବରା' ସହ-ଅଭିନେତା ଜୁନିଅର ଏନଟିଆର ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସୈଫ ସାରଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ । ତାଙ୍କ ଶୀଘ୍ର ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।" ସେହିପରି ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିରଞ୍ଜିବୀ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ''ସୈଫଙ୍କ ଉପରେ ଦୁବୃର୍ତ୍ତଙ୍କ ଆକ୍ରମଣ ଖବର ଶୁଣି ଗଭୀର ଭାବରେ ମର୍ମାହତ । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି ।''

ଏହା ମଧ୍ୟ ପଢନ୍ତୁ: ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼

kejriwal post
kejriwal post (twitter)

କେଜ୍ରିୱାଲ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି

ପୂର୍ବତନ ସିଏମ୍ ଏବଂ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ସୈଫ ଅଲି ଖାନଙ୍କ ଆକ୍ରମଣ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ । ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ତାଙ୍କ ପରିବାର ଏହି କଷ୍ଟ ସମୟରେ ସାହସ ମିଳୁ ।

ଏହା ମଧ୍ୟ ପଢନ୍ତୁ: ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା; 3 ଅଟକ, ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍

ସେପଟେ ଫ୍ୟାନ୍ସ ମଧ୍ୟ ସୈଫଙ୍କ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ପ୍ରାର୍ଥନା କରୁଛନ୍ତି । ଅଭିନେତାଙ୍କୁ ଆକ୍ରମଣ କରାଯିବା ସମୟରେ କରୀନା ଏବଂ ତାଙ୍କ ପିଲାମାନେ ଘରେ ଉପସ୍ଥିତ ଥିଲେ । କରୀନା ଏବଂ ସୈଫଙ୍କ PR ଟିମ୍ ମଧ୍ୟ ଏହି ଘଟଣା ସମ୍ପର୍କରେ ବୟାନ ଜାରି କରିଛନ୍ତି । ଯେଉଁଥିରେ କହିଛନ୍ତି ତାଙ୍କ ଘରେ ଚୋରି ଉଦ୍ୟମରେ ଦୁବୃର୍ତ୍ତ ଘରେ ପଶିଥିଲା । ଫଳରେ ତାଙ୍କ ମେରୁଦଣ୍ଡରେ ଗଭୀର କ୍ଷତ ହେବା ସହ ବେକରେ ଆଘାତ ଲାଗିଛି । ବାକି ପରିବାର ଭଲ ଅଛନ୍ତି । ଅନ୍ୟପକ୍ଷରେ ଲୀଲାବତୀ ଡାକ୍ତରଖାନାରେ ସୈଫଙ୍କ ଅସ୍ତ୍ରୋପଚାର ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.