ଶ୍ରାବଣ ପ୍ରଥମ ସୋମବାର, ଲିଙ୍ଗରାଜ ମନ୍ଦିରରେ ନାହିଁ କାଉଡିଆଙ୍କ ଗହଳି
🎬 Watch Now: Feature Video
ଭୁବନେଶ୍ବର: ଆଜି ଶ୍ରାବଣ ପ୍ରଥମ ସୋମବାର, ଖାଲି ପଡ଼ିଛି ଲିଙ୍ଗରାଜ ମନ୍ଦିର । କୋଭିଡ କଟକଣା ଯୋଗୁଁ ଚଳିତ ଥର କାଉଡିଆଙ୍କୁ ମଧ୍ୟ ମନ୍ଦିର ବାରଣ କାରାଯାଇଛି । ଫଳରେ ବୋଲ ବମ ଶବ୍ଦରେ ପ୍ରକମ୍ପିତ ହେଉନି ମନ୍ଦିର ପରିସର । କିଛି ଭକ୍ତ କେବଳ ମହାଦେବଙ୍କୁ ମନ୍ଦିର ବାହାରୁ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ