ଗୁଜୁରାଟରେ ଗରବା କଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା - ଭଦୋଦରାରେ ନୀରଜ ଚୋପ୍ରା

🎬 Watch Now: Feature Video

thumbnail

By

Published : Sep 29, 2022, 5:23 PM IST

ଗାନ୍ଧୀନଗର: ଗୁଜୁରାଟରେ ଗରବା କଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା । ଭଦୋଦରାରେ ଚାଲିଥିବା ନବରାତ୍ରୀରେ ଯୋଗ ଦେଲେ ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା । ନବରାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଗରବା ନୃତ୍ୟ କରିଛନ୍ତି(Neeraj Chopra plays Garba) ନୀରଜ । ଗରବା ଗୀତର ତାଳେ ତାଳେ ନୀରଜ ଝୁମୁଥିବା ଦେଖିବାକୁ ମିଳିଥିଲା । ନୀରଜଙ୍କୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସିବ୍ୟକ୍ତ କରିଛନ୍ତି ନୀରଜ । ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ନୀରଜ । ଦେଶ କ୍ରୀଡ଼଼ାବିତ୍‌ଙ୍କୁ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାକୁ ସେ ଉତ୍ସାହିତ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.